ଗନ୍ଧମାର୍ଦ୍ଦନ ପାହାଡ଼ ଉପରେ ଫସିଥିବା ୧୭ ଛତିଶଗଡ଼ି ପର୍ଯ୍ୟଟକ ଉଦ୍ଧାର । ଫସିରହିଥିବା ପର୍ଯ୍ୟଟକଙ୍କ ପାଖରେ ପହଞ୍ଚିଲେ ରେସକ୍ୟୁ ଟିମ । ପ୍ରବଳ ବର୍ଷା ଯୋଗୁଁ ପାହାଡ଼ ଉପରେ ଫସି ଯାଇଥିଲେ ଛତିଶଗଡ଼ର ୧୭ ପର୍ଯ୍ୟଟକ । ନୃସିଂହନାଥଠାରୁ ୫ କି.ମି ଦୂର କପିଳଧାରା ଜଳପ୍ରପାତ ନିକଟରେ ଫସି ଯାଇଥିଲେ ପର୍ଯ୍ୟଟକ । ରାତି ୩ଟାରେ ବର୍ଷା କମିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ସମସ୍ତ ପର୍ଯ୍ୟଟକ ସୁରକ୍ଷିତ ଥିବା ସୂଚନା ମିଳିଛି । ବରଗଡ଼ରୁ ବଲାଙ୍ଗୀରକୁ ବ୍ୟାପିଥିବା ଗନ୍ଧମାର୍ଦ୍ଦନ ପର୍ବତର ଶିଖରରେ ଫସିଯାଇଥିଲେ ପର୍ଯ୍ୟଟକ । ଗତକାଲି ଛତିଶଗଡର କିଛି ପର୍ଯ୍ୟଟକ ଗନ୍ଧମାର୍ଦ୍ଦନ ପାହାଡ ବୁଲିବାକୁ ଯାଇଥିଲେ । ପ୍ରବଳ ବର୍ଷା ଯୋଗୁ ପାହାଡରେ ଫସିଯାଇଥିଲେ। ସନ୍ଧ୍ୟା ସାଢେ ୭ଟାରେ ନିକଟ ଟୋଲ୍ ଫ୍ରି ନମ୍ୱରକୁ ଫୋନ କରି ଜଙ୍ଗଲରେ ଫସିଯାଇଥିବା ସୂଚନା ଦେଇଥିଲେ । ଏହି ଖବର ପାଇବା ପରେ ପାଇକମାଲ ପୁଲିସ, ଡିଭିଏଫ ଟିମ୍, ପାଇକମାଲ ଫରେଷ୍ଟ ଫୋର୍ସ ଉଦ୍ଧାର ପାଇଁ ପହଞ୍ଚିଥିଲେ। ପ୍ରବଳ ବର୍ଷା ଯୋଗୁଁ ସେମାନଙ୍କ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ସମସ୍ତ ପର୍ଯ୍ୟଟଙ୍କୁ ଉଦ୍ଧାର କରିବା ପାଇଁ ୪୦ ଜଣିଆ ଟିମ ଗଠନ କରାଯାଇଥିଲା। ଏହି ରେସ୍କୁ ଅପରେଶନରେ DVF, ପୋଲିସ, ଅଗ୍ନିଶମ ବିଭାଗ ଏବଂ ବନ ବିଭାଗ ମିଳିତ ଭାବେ ସାମିଲ ହୋଇଥିଲେ। Post navigation ଛତିଶଗଡ଼ ସହିତ ମହାନଦୀ ଜଳବିବାଦର ସମାଧାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ ସୃଷ୍ଟି ହେଲା ଲଘୁଚାପ; ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା