centre-releases-rs-444-cr-to-rural-local-bodies-in-odisha
କେନ୍ଦ୍ର ସରକାର ଓଡ଼ିଶାର ଗ୍ରାମୀଣ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ଅଧୀନରେ ୪୪୪ କୋଟି ଟଙ୍କାରୁ ଅଧିକ ପ୍ରଦାନ କରିଛନ୍ତି ।
 
ପଞ୍ଚାୟତିରାଜ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ୨୦ଟି ଯୋଗ୍ୟ ଜିଲ୍ଲା ପଞ୍ଚାୟତ (ଜିଲ୍ଲା ପରିଷଦ), ୨୯୬ଟି ଯୋଗ୍ୟ ବ୍ଲକ ପଞ୍ଚାୟତ (ପଞ୍ଚାୟତ ସମିତି) ଏବଂ ୬,୭୩୪ଟି ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ଦ୍ୱିତୀୟ କିସ୍ତି ମୁକ୍ତ ଅନୁଦାନ ଆକାରରେ ୩୪୨ କୋଟି ୫୯ ଲକ୍ଷ ୬୪ ହଜାର ଟଙ୍କା ପ୍ରଦାନ କରାଯାଇଛି ।
 
ଏହା ସହିତ, ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ପ୍ରଥମ କିସ୍ତି ଅନୁଦାନର ଅଟକି ରହିଥିବା ୧୦୧ କୋଟି ୭୮ ଲକ୍ଷ ୧୫ ହଜାର କୋଟି ଟଙ୍କା ଓଡ଼ିଶାକୁ ମିଳିଛି । ଏହି ଅର୍ଥ ୨୦ଟି ଜିଲ୍ଲା ପରିଷଦ, ୨୩୩ଟି ପଞ୍ଚାୟତ ସମିତି ଏବଂ ୬୪୯ଟି ଯୋଗ୍ୟ ଗ୍ରାମ ପଞ୍ଚାୟତକୁ ପ୍ରଦାନ କରାଯାଇଛି ।
 

କହିରଖୁଛୁ ଯେ, ଭାରତ ସରକାର, ପଞ୍ଚାୟତିରାଜ ମନ୍ତ୍ରଣାଳୟ ଏବଂ ପାନୀୟ ଜଳ ଏବଂ ପରିମଳ ବିଭାଗ ମାଧ୍ୟମରେ, ପଞ୍ଚାୟତିରାଜ ଅନୁଷ୍ଠାନ ଏବଂ ଗ୍ରାମୀଣ ସ୍ଥାନୀୟ ସଂସ୍ଥା ପାଇଁ ରାଜ୍ୟଗୁଡ଼ିକୁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ପ୍ରଦାନ କରିବାକୁ ସୁପାରିସ କରିଥା’ନ୍ତି ।ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନ ତୃଣମୂଳ ସ୍ତରର ଗଣତନ୍ତ୍ରକୁ ସୁଦୃଢ଼ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଆର୍ଥିକ ସହାୟତା ଗ୍ରାମୀଣ ସ୍ଥାନୀୟ ଶାସନରେ ଉନ୍ନତି ଆଣିବା, ଉତ୍ତରଦାୟିତ୍ୱ ବୃଦ୍ଧି କରିବା ଏବଂ ଗ୍ରାମରେ ଆତ୍ମନିର୍ଭରଶୀଳତାକୁ ପ୍ରୋତ୍ସାହିତ କରୁଛି ।

 

By Nirvay

Leave a Reply

Your email address will not be published. Required fields are marked *