ଦିନକୁ ଦିନ ଭାଙ୍ଗୁଛି ବିଜେଡି ସଙ୍ଗଠନ । ବିଜେଡି ନେତୃତ୍ୱଙ୍କ ଉପରେ କମୁଛି ଭରସା ତେଣୁ ବିଜେପି ମୁହାଁ ହେଉଛନ୍ତି ବିଜେଡି ନେତା ଓ କର୍ମୀ । ଆଜି ବିଜେପିରେ ମିଶିଲେ କେନ୍ଦୁଝର ସଦର ବ୍ଳକର ସମସ୍ତ ବିଜେଡି ସମିତିସଭ୍ୟ । ୭ ପଞ୍ଚାୟତ ସମିତି ସଦସ୍ୟ ଓ ୧୫ ସରପଞ୍ଚ ବିଜେପିରେ ମିଶିଛନ୍ତି । ଭୁବନେଶ୍ଵର ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ସମ୍ମୁଖରେ ଆଜି ବିଜେପିରେ ସାମିଲ ହୋଇଛନ୍ତି ବିଜେଡି ନେତା ଓ କର୍ମୀ। ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିବା ନେତାମାନେ ହେଲେ ସଦର ବ୍ଲକ ଅଧ୍ୟକ୍ଷା ଜ୍ୟୋତିର୍ମୟୀ ନାଏକ, ଉପାଧ୍ୟକ୍ଷ ଦିଲ୍ଲୀପ ବେହେରା, ଆଦିବାସୀ ଉନ୍ନୟନ ପରିଷଦ ଅଧକ୍ଷା ଲକ୍ଷ୍ମୀ ନାଏକ, ବିଜେଡି ବରିଷ୍ଟ ନେତା ତଥା ବ୍ଲକ ଓ ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷା ଜଗନ୍ନାଥ ସିଂହ, ସମିତି ସଭ୍ୟ ମନୋଜ ନାୟକ ମମତା ବେହେରା, ପଟେଲ ପରିଡା, ସିଦ୍ଧାର୍ଥ ଶଙ୍କର ସାହୁ, ସରପଞ୍ଚ ଗୋବର୍ଦ୍ଧନ ସଞ୍ଜୟ ମୁଣ୍ଡା, ସଂକୀରି ସରପଞ୍ଚ ସଂଯୁକ୍ତା ନାୟକ, ଗୋପୀନାଥ ପୁର ସରପଞ୍ଚ ଚିନ୍ମୟ ନାଏକ, ରଘୁନାଥ ପୁର ସରପଞ୍ଚ ଗୌରୀ ନାଏକ ନରଣପୁର ସରପଞ୍ଚ, ପଦ୍ମପୁର ସରପଞ୍ଚ, ପଳାସ ପଙ୍ଗା ସରପଞ୍ଚ, ମଣ୍ଡୁଆ ସରପଞ୍ଚ କେତକୀ ନାଏକ ପ୍ରମୁଖ । Post navigation ଡାକ୍ତରଙ୍କ ସୁରକ୍ଷା ପାଇଁ ଗଠନ ହେବ କମିଟି! ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ ତ୍ରିପାଠୀ