ରାଜ୍ୟର ୧୮ କେନ୍ଦ୍ରୀୟ ସମବାୟ ବ୍ୟାଙ୍କରେ ୧୪୭ କୋଟିର ଦୁର୍ନୀତି ହୋଇଛି । ୧୪୭ରୁ ମାତ୍ର ୧୪ କୋଟି ଆଦାୟ ହୋଇଥିବାବେଳେ ୫୨୧ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ସୁନ୍ଦରଗଡ଼ରେ ୩୨ କୋଟି ୨୩ ଲକ୍ଷ, ସମ୍ବଲପୁରରେ ୩୦ କୋଟିର ଦୁର୍ନୀତି ହୋଇଛି । କେନ୍ଦୁଝର ୧୭, ବ୍ରହ୍ମପୁର ୧୦, ବାଙ୍କୀ ଓ ବାଲେଶ୍ବରରେ ୯ କୋଟିରୁ ଅଧିକ ଦୁର୍ନୀତି ମାମଲା ସାମ୍ନାକୁ ଆସିଛି । ୧୩ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କରେ ୭୭ କୋଟି ୪୫ ଲକ୍ଷ ଟଙ୍କା ହେରଫେର ହୋଇଛି । ୧.୮୪ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୯.୩୪ କୋଟି ଆଦାୟ ନିର୍ଦ୍ଦେଶ ଦିଆଯାଇଛି । ଦୁର୍ନୀତିରେ ୧୮୫ ଜଣଙ୍କ ଉପରେ ବିଭାଗ କାର୍ଯ୍ୟାନୁଷ୍ଠାନ ନେଇଛି ।

Leave a Reply

Your email address will not be published. Required fields are marked *