13 OSAP jawans injured in Angul road mishap

ଅନୁଗୋଳ ଜିଲ୍ଲା ଏନଏଚ ୫୫ ଜରପଡ଼ା ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଯବାନଙ୍କୁ ନେଇ ଯାଉଥିବା ଭ୍ୟାନ୍‌ ଟ୍ରକ୍‌କୁ ପଛରୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୧୩ ଯବାନ ଆହତ ହୋଇଛନ୍ତି । ଝାରସୁଗୁଡ଼ାରୁ ଭୁବନେଶ୍ୱର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଅନୁଯାୟୀ, OSAP ସେକେଣ୍ଡ ବାଟାଲିଅନ ଯବାନଙ୍କୁ ଭ୍ୟାନ ଟି ନେଇ ଯାଉଥିଲା । ଆହତ ୧୩ ଜଣଙ୍କ ମଧ୍ୟରୁ ୭ ଗୁରୁତର ଥିବା ଜଣାପଡିଛି। ୫ ଗୁରୁତର ଯବାନଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି ।

 

By Nirvay

Leave a Reply

Your email address will not be published. Required fields are marked *