ଆଜି ହାଇଦ୍ରାବାଦରେ ଓଡ଼ିଶା ନିବେଶକ ସମ୍ମିଳନୀର ମେଗା ରୋଡ୍ ଶୋ ଅନୁଷ୍ଠିତ ହୋଇଛି । ରୋଡ୍ ସୋ’ରେ ନିବେଶକଙ୍କ ସହ ୱାଇଟୁୱାନ ଆଲୋଚନା କରିଛନ୍ତି ରାଜ୍ୟ ସରକାର । ଦେଢ଼ ଦିନରେ ପ୍ରାୟ ୭୦ ହଜାର କୋଟି ନିବେଶ ପାଇଁ ସୁନିଶ୍ଚିତ ହୋଇଛି । ଏହି ସମ୍ମିଳନୀ ସମୟରେ, ୧୩ଟି ବୁଝାମଣାପତ୍ର (ଏମ୍ଓୟୁ) ସ୍ୱାକ୍ଷରିତ ହୋଇଥିଲା, ଯାହା ମୋଟ ୨୭,୬୫୦ କୋଟି ଟଙ୍କାର ନିବେଶର ସମ୍ଭାବନା ସହିତ ୧୫,୯୦୫ ନିଯୁକ୍ତି ସୃଷ୍ଟି କରିବ । ଏହା ସହିତ, ୩୯,୧୩୧ କୋଟି ଟଙ୍କାର ନିବେଶ ଉଦ୍ଦେଶ୍ୟ ଗ୍ରହଣ କରାଯାଇଥିଲା, ଯାହା ୪୦,୦୦୦ ରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବାର ସମ୍ଭାବନା ରଖିଛି । ଏହି ସମ୍ମିଳନୀରେ ଔଷଧ, ଚିକିତ୍ସା ଉପକରଣ, ନବୀକରଣୀୟ ଶକ୍ତି ଉପକରଣ, ବୟନ ଏବଂ ବୈଷୟିକ ବୟନ, ଇଲେକ୍ଟ୍ରୋନିକ୍ସ, ଆଇଟି ଏବଂ ଡାଟା ସେଣ୍ଟର, ଉନ୍ନତ ଉତ୍ପାଦନ ଏବଂ ଆନୁସଙ୍ଗିକ ଶିଳ୍ପ ସମେତ ପ୍ରମୁଖ ଏବଂ ଉଦୀୟମାନ କ୍ଷେତ୍ରଗୁଡ଼ିକରେ ଆଗ୍ରହ ବୃଦ୍ଧି ପାଇଛି । ଦୁଇ ଦିନ ଧରି ଅନୁଷ୍ଠିତ ଓଡ଼ିଶା ନିବେଶକ ସମ୍ମିଳନୀର ପ୍ରଥମ ଦିନରେ ୩୮,୭୦୦ କୋଟି ଟଙ୍କାର ନିବେଶ ସୁଯୋଗ ମିଳିଛି । Post navigation National Herald Case: ପ୍ରତିହିଂସା ପରାୟଣ ରାଜନୀତି ବିରୁଦ୍ଧରେ କଂଗ୍ରେସର ମଶାଲ ଶୋଭାଯାତ୍ରା