ଅପରେସନ ସିନ୍ଦୂର ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ରତା ବଢ଼ିବାରେ ଲାଗିଛି। ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ପାକିସ୍ତାନ । ଜାମ୍ମୁ-କାଶ୍ମୀର ପୁଞ୍ଚ୍‌ରେ ପାକିସ୍ତାନ ସେନା ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଗୁଳିମାଡ଼ କରିଛି। ଏଥିରେ ୧୩ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ୫୯ ଜଣ ସାଧାରଣ ନାଗରିକ ଆହତ ହୋଇଥିବା ନେଇ ଆଜି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଏହି ଆକ୍ରମଣ କୁପୱାରା, ବାରାମୁଲ୍ଲା, ଉରି ଏବଂ ଅଖନୁରର ଆଗୁଆ ଗାଁରେ ହୋଇଛି।

ସୂଚନା ଯୋଗ୍ୟ; ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ପାକିସ୍ତାନ ଉପରେ ବିଭିନ୍ନ ପଦକ୍ଷେପ ନେଇ ଆସୁଛି । ଏହାରି ମଧ୍ୟରେ ଲଗାତର ୧୪ ତମ ଦିନ ହେବ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିଛି ପାକ୍‌। ଭାରତର ‘ଅପରେସନ ସିନ୍ଦୂର’ ଜବାବରେ ପାକିସ୍ତାନୀ ସେନା ତୀବ୍ର ତୋପ ଏବଂ ଗୁଳିଚାଳନା କରି ସାଧାରଣ ଲୋକଙ୍କୁ କରୁଛି ଟାର୍ଗେଟ କରିଛି ।

 

Leave a Reply

Your email address will not be published. Required fields are marked *