ଭଦ୍ରକ ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ହୋଇଛି। ରାସ୍ତାକୁ ଓହ୍ଲାଇଛନ୍ତି ବରପଦା ବିକାଶ ମଞ୍ଚ। ସୂଚନା ଅନୁଯାୟୀ ଜିଲ୍ଲା ପ୍ରଶାସନ କାହିଁକି ହାତକୁ ନେଉନି ଅଭିଯୋଗ ସେଥିପାଇଁ ବନ୍ଦ ଡାକରା ହୋଇଛି।ଭଦ୍ରକରୁ ଆଗରପଡ଼ା ଓ ଆନନ୍ଦପୁରକୁ ଯାତାୟାତ ମଧ୍ଯ ବାଧାପ୍ରାପ୍ତ ହୋଇଛି।

ଗତ କିଛି ଦିନ ତଳେ ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ କରିଥିଲା। ଜମିଜମା ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଇଡି କହିଥିଲା।ଆର୍ଥିକ ଅନିୟମିତତା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢ଼ଉ ପରେ ବିଧାୟକ ଓ ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଥିଲା।

By Nirvay

Leave a Reply

Your email address will not be published. Required fields are marked *