ଆଜି ବିଧାସଭାରେ ବିଧାୟକ ଚକ୍ରମମି କହଁରଙ୍କ ପ୍ରଶ୍ନରେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଛନ୍ତି ପୂର୍ବ ସରକାରରେ ୧୧ ହଜାର ୪୩୨ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । କରୋନା ସମୟରେ ୩ ହଜାର ୨୦୭ଟି କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଛି । ଏହିସବୁ କ୍ଷୁଦ୍ରଶିଳ୍ପ ପୁନଃ ଚାଲୁ କରିବାକୁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ହୋଇଛି ।

କ୍ଷୁଦ୍ରଶିଳ୍ପ ବନ୍ଦ ହୋଇଥିବା ରାଜ୍ୟମାନଙ୍କ ମଧ୍ୟରୁ ସର୍ବାଧିକ ବାଲେଶ୍ୱରରେ ୫୬୭,ଗଂଜାମରେ ୪୮୪ କ୍ଷୁଦ୍ରଶିଳ୍ପ ବନ୍ଦ । ସମ୍ବଲପୁରରେ ୩୨୧, ବଲାଙ୍ଗୀରରେ ୨୮୮ କ୍ଷୁଦ୍ରଶିଳ୍ପ ବନ୍ଦ । ଭୁବନେଶ୍ୱରରେ ୨୮୪ଟି କ୍ଷୁଦ୍ରଶିଳ୍ପ ବନ୍ଦ ଥିବା ମନ୍ତ୍ରୀଙ୍କ ସୂଚନା ।

Leave a Reply

Your email address will not be published. Required fields are marked *