ସୋମବାର ଦିନ ମଣିପୁରର ଜିରିବାମ ଜିଲ୍ଲାରେ ଭାରତୀୟ ସେନା ସୁରକ୍ଷା କର୍ମୀଙ୍କ ସହ ଲଢ଼େଇରେ ୧୧ ଜଣ ସନ୍ଦିଗ୍ଧ ଆତଙ୍କବାଦୀ ନିହତ ହୋଇଛନ୍ତି। ଅଧିକାରୀଙ୍କ କହିବା ଅନୁଯାୟୀ , ବୋରୋବେକ୍ରା ସବ୍-ଡିଭିଜନର ଜାକୁରାଡୋର କାରୋଙ୍ଗରେ ଭୟଙ୍କର ଗୁଳି ବିନିମୟ ସମୟରେ ଦୁଇ ଜଣ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ଅଧିକାରୀ ମଧ୍ଯ ଆହତ ହୋଇଛନ୍ତି । ରିପୋର୍ଟ ଅନୁଯାୟୀ , ଅତ୍ଯଧିକ ସଶସ୍ତ୍ର ଆତଙ୍କବାଦୀମାନେ ଜାକୁରାଡୋର କାରୋଙ୍ଗରେ ଅନେକ ଦୋକାନ, କିଛି ଘର ଏବଂ ପଡ଼ୋଶୀ ସିଆର୍ପିଏଫ୍ କ୍ୟାମ୍ପରେ ନିଆଁ ଲଗାଇଦେଇଥିଲେ, ଯାହା ଫଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଅଧିକାରୀମାନେ ଆହୁରି ମଧ୍ଯ କହିଛନ୍ତି ଯେ ପାଞ୍ଚ ଜଣ ସାଧାରଣ ନାଗରିକ ଏପର୍ଯ୍ଯନ୍ତ ନିଖୋଜ ଅଛନ୍ତି, ଏବଂ ସେମାନେ ଆତଙ୍କବାଦୀଙ୍କ ଦ୍ୱାରା ଅପହରଣ ହୋଇଛନ୍ତି ନା ଆକ୍ରମଣ ଆରମ୍ଭ ହେବା ପରେ ଲୁଚି ଯାଇଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ମୃତକଙ୍କ ଶବକୁ ସେନା ଦ୍ୱାରା ବୋରୋବେକ୍ରା ପୋଲିସ ଷ୍ଟେସନକୁ ନିଆଯାଇଥିଲା। ଆହତ ସେନା ଅଧିକାରୀ ଦୁଇ ଜଣ ଙ୍କ ଅବସ୍ଥା ଗୁରୁତର ଅଛି ବୋଲି ଜଣା ପଡିଛି | Post navigation ‘ଦାନା’ର ପରବର୍ତ୍ତୀ ବିକଳ ଚିତ୍ର: ସାଗର ତଟରେ ଅନାହାରରେ ୮ ଶହରୁ ବେଶୀ ଗାଈ, ବାଛୁରୀ ଓ ଷଣ୍ଢ ଅଗ୍ନିଶମ ପାଇଁ ଓଡ଼ିଶାକୁ ୨୦୧ କୋଟି ଟଙ୍କା ମଂଜୁର କଲେ କେନ୍ଦ୍ର ସରକାର