ଚଳିତ ବର୍ଷ ସ୍ୱାଧୀନତା ଦିବସ ଅବସରରେ ଦେଶର ପୋଲିସ, ଅଗ୍ନିଶମ, ହୋମଗାର୍ଡ, ସିଭିଲ ଡିଫେନ୍ସ ଓ ସଂଶୋଧନ ସେବାରେ କାର୍ଯ୍ୟ କରୁଥିବା ୧୦୯୦ ଜଣ କର୍ମଚାରୀଙ୍କୁ ବିଭିନ୍ନ ପଦକ ପ୍ରଦାନ କରାଯିବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଘୋଷଣା କରିଥିବା ତାଲିକା ଅନୁସାରେ, ୨୩୩ ଜଣଙ୍କୁ ବୀରତ୍ୱ ପଦକ (ଜିଏମ), ୯୯ ଜଣଙ୍କୁ ରାଷ୍ଟ୍ରପତିଙ୍କ ଉଚ୍ଚ ସେବା ପଦକ (ପିଏସଏମ) ଏବଂ ୭୫୮ ଜଣଙ୍କୁ ଉଲ୍ଲେଖନୀୟ ସେବା ପଦକ (ଏମଏସଏମ) ମିଳିବ । ସର୍ବାଧିକ ବୀରତ୍ୱ ପଦକ ଜମ୍ମୁ ଓ କଶ୍ମୀର ପୋଲିସଙ୍କୁ ମିଳିଥିବା ବେଳେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (ସିଆରପିଏଫ) ଓ ସୀମା ସୁରକ୍ଷା ବାହିନୀ (ବିଏସଏଫ) କର୍ମଚାରୀମାନେ ମଧ୍ୟ ଏହି ସମ୍ମାନ ପାଇଛନ୍ତି । ଅପରେସନ ସିନ୍ଦୂରର ଅଦମ୍ୟ ସାହସ, ରଣନୈତିକ ଦକ୍ଷତା ଏବଂ ସଫଳତାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୩ ସେନାର ଯୋଦ୍ଧାମାନଙ୍କୁ ସ୍ୱତନ୍ତ୍ର ସମ୍ମାନ ତାଲିକାରେ ସାମିଲ କରାଯିବ । Post navigation ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା; ୩୩କୁ ବୃଦ୍ଧି ହେଲା ମୃତକଙ୍କ ସଂଖ୍ୟା ସ୍ୱାଧୀନତା ଦିବସ ପୂର୍ବରୁ ଦେଶବାସୀଙ୍କୁ ରାଷ୍ଟ୍ରପତିଙ୍କ ସମ୍ବୋଧନ