ଚାନ୍ଦବାଲି-ଭଦ୍ରକ ରାସ୍ତାର ନାଲୁଗୁଣ୍ଡା ପାଖରେ ସ୍କୁଲ୍‌ ପିଲା ଥିବା ଭ୍ୟାନ୍ ଦୁର୍ଘଟଣା । ଦ୍ବିଗୋଚ୍ଛିଆରେ ଥିବା ଉତ୍କଳ ମଣି ଗୋପବନ୍ଧୁ ବିଦ୍ୟାମନ୍ଦିରର ସ୍କୁଲଭ୍ୟାନ ସ୍କୁଲ୍‌ ଛାତ୍ର ଛାତ୍ରୀଙ୍କୁ ଆଣି ଆସିବା ବେଳେ ଭାରସାମ୍ୟ ହରାଇ ଓଲଟିଲ ସ୍କୁଲ୍‌ ଭ୍ୟାନ୍‌ । ରାସ୍ତା ତଳକୁ ସ୍କୁଲ୍‌ ଭ୍ୟାନ୍‌ ଓଲଟିଲା ଫଳରେ ୧୦ ପିଲା ଆହତ ହୋଇଥିବା ସୂଚନା । ଆହତ ୧୦ ପିଲା ଚାନ୍ଦବାଲି ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିବା ଜଣାପଡିଛି । ଦ୍ବିଗୋଚ୍ଛିଆରୁ ସ୍କୁଲ୍‌ ପିଲାଙ୍କୁ ଆଣି ଆସିବା ବେଳେ ଓଲଟି ପଡ଼ିଥିବା ସୂଚନା ।

Leave a Reply

Your email address will not be published. Required fields are marked *