ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଖୋଲିଲା ଆଉ ୪ଟି ଗେଟ୍ । ପୁର୍ଵରୁ ୧୬ ଟି ଗେଟ ଖୋଲଥିବା ବେଳେ ଆଉ ୪ ଟି ଗେଟକୁ ମିଶାଇ ବର୍ତମାନ ବାମ ପଟରୁ ୧୩ ଟି ଓ ଡାହାଣ ପଟରୁ ୭ଟି ଗେଟ ଦେଇ ସର୍ବମୋଟ ୨୦ ଟି ଗେଟରେ ଜଳ ନିଷ୍କାସନ ଜାରି ରହିଛି । ବର୍ତମାନ ୬୨୯.୧୨ ଫୁଟ ଜଳସ୍ତର ରହିଛି ।

ଗୁରୁବାର ସଂଧ୍ୟା ସୁଦ୍ଧା ଛତିଶଗଡ ବର୍ଷା ପାଣି ଜଳଭଣ୍ତାରକୁ ପହଁଚିବ ।  କାଲି ମୁଣ୍ଡଳିରେ ସକାଳ ୮ରୁ ୧୧ଟା ମଧ୍ୟରେ ୬ ଲକ୍ଷ ଜଳ ପ୍ରବାହିତ ହେବ । ଶାଖା ନଦୀ ଗୁଡ଼ିକରେ ଜଳସ୍ତର ବଢିବ, କିନ୍ତୁ ବନ୍ୟା ସ୍ଥିତି ନାହିଁ । ବର୍ଷା କମିଥିବାରୁ କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ ବୋଲି କହିଛନ୍ତି ଜଳ ସମ୍ପଦ ମୁଖ୍ୟ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢ଼ୀ ।

Leave a Reply

Your email address will not be published. Required fields are marked *