tata-group-to-invest-rs-63000-crore-in-japur
ଯାଜପୁର ଜିଲ୍ଲାରେ ୬୩ ହଜାର କୋଟି ଟଙ୍କାର ପ୍ରକଳ୍ପ କରିବ ଟାଟା । ଏ ନେଇ ସୂଚନା ଦେଇଛନ୍ତି, ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ । ଚଳିତ ମାସ ୨୨ ତାରିଖରେ ଯାଜପୁର ଜିଲ୍ଲାର କଳିଙ୍ଗ ନଗର ଠାରେ ସମୁଦାୟ ୧ ଲକ୍ଷ ୧୪ ହଜାର ୮ ଶହ କୋଟି ଟଙ୍କା ମୂଲ୍ୟର ୧୬ଟି ଭିନ୍ନ ଭିନ୍ନ ଶିଳ୍ପ ପ୍ରକଳ୍ପଗୁଡିକର ଶୁଭ ଉଦଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ ।
 
ଯାଜପୁର ଜିଲ୍ଲାରେ ୧୨ ଟି ପ୍ରକଳ୍ପର ଶିଳାନ୍ୟାସ ଓ ୪ ପ୍ରକଳ୍ପ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କେବଳ ଟାଟାର ୬୩ ହଜାର କୋଟି ଟଙ୍କାର ପ୍ରକଲ୍ପ ଶିଳାନ୍ୟାସ କରାଯିବ। ଏହାଦ୍ୱାରା ୩୪ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ସୂଚନା ଦେଇଛନ୍ତି ।
 
କେବଳ ଏମଓୟୁ ନ କରି କାର୍ଯ୍ୟ ଜାରି ରଖିଛନ୍ତି ଆମ ସରକାର । ଜଗତସିଂହପୁରରେ ପୋସ୍କୋ ସ୍ଥାନରେ JSW ପ୍ଲାଣ୍ଟ କରୁଛି, କାମ ଆରମ୍ଭ ହେଲାଣି ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ।

By Nirvay

Leave a Reply

Your email address will not be published. Required fields are marked *