Supreme Court orders removal of stray dogs from schools, hospitals
ସୁପ୍ରିମକୋର୍ଟ ଆଜି ବୁଲା କୁକୁର ସମ୍ପର୍କିତ ଶୁଣାଣି କରି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି । ସୁପ୍ରିମକୋର୍ଟ ଆଜି ଦେଶର ସମସ୍ତ ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍ ଷ୍ଟାଣ୍ଡ ଏବଂ ରେଳ ଷ୍ଟେସନ ପରିସରରୁ ସମସ୍ତ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।
 
କୁକୁରଙ୍କୁ ଧରିବା ପରେ ଉଚିତ ଟିକାକରଣ ଓ ବନ୍ଧ୍ୟାକରଣ କରାଯାଇ ସେମାନଙ୍କୁ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
 
ଉଚ୍ଚତମ ନ୍ୟାୟାଳୟ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏହାକୁ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
 
ଏହା ସହିତ ସର୍ବୋଚ୍ଚ ଅଦାଲତ ରାସ୍ତା, ରାଜ୍ୟ ଓ ଜାତୀୟ ରାଜପଥରେ ବୁଲୁଥିବା ଗୋରୁମାନଙ୍କୁ ହଟାଇବା ପାଇଁ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *