ଆସନ୍ତା ୮ ତାରିଖରେ ପାଳନ ହେବାକୁ ଯାଉଛି ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ନୁଆଁଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କୁ ନବାନ୍ନ ଅର୍ପଣ ହେବ। ଆଜି ଚାଷୀ ନିଜ କ୍ଷେତରେ ଅମଳ ହୋଇଥିବା ସରିଆ ଧାନ ମୁଖ୍ୟ ପୂଜକଙ୍କୁ ପ୍ରଦାନ କରିଛନ୍ତି। ଏଥିପାଇଁ ଜୋରଦାର ପ୍ରସ୍ତୁତି ଚାଲିଛି । ସମ୍ବଲପୁର ଚଳଚଞ୍ଚଳ ହୋଇ ଉଠିଛି।

ଏହି ଦିନ ପରିବାରର ସମସ୍ତେ ନୂଆ ବସ୍ତ୍ର ପିନ୍ଧି ନୂଆ ଖାଇଥାନ୍ତି। ଯିଏ ଯେଉଁଠି ଥିଲେ ବି ସମସ୍ତେ ଘରକୁ ଆସିଥାନ୍ତି। ବନ୍ଧୁ ପରିଜନ ଏକାଠି ହୋଇ ନୂଆଁଖାଇ ଖୁସି ମନାଇଥାନ୍ତି। ପରମ୍ପରା ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ନୂଆ ଖାଇବେ ସମ୍ବଲପୁରବାସୀ ।

Leave a Reply

Your email address will not be published. Required fields are marked *