ଭାରତୀୟ ଜନତା ପାର୍ଟି ନେତ୍ରୀ ରେଖା ଗୁପ୍ତାଙ୍କୁ ଦିଲ୍ଲୀର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭାବେ ମନୋନୀତ କରାଯାଇଛି । ବୁଧବାର ସନ୍ଧ୍ୟାରେ ଦଳର ଦିଲ୍ଲୀ ୟୁନିଟ୍ କାର୍ଯ୍ୟାଳୟରେ ଅନୁଷ୍ଠିତ ବିଜେପି ବିଧାୟକ ଦଳ ବୈଠକ ପରେ ଏହି ଘୋଷଣା କରାଯାଇଛି । ଆଜି ସନ୍ଧ୍ୟା ୭ଟାରେ ବିଜେପି ବିଧାୟକ ଦଳ ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା ହୋଇଛି । ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ ଭାବେ କାର୍ଯ୍ୟ କରୁଥିବା ରେଖା ଗୁପ୍ତା ପୂର୍ବରୁ ବିଜେପିର ମହିଳା ମୋର୍ଚ୍ଚାର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ ତଥା ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ । ୨୦୨୫ ଦିଲ୍ଲୀ ବିଧାନସଭା ନିର୍ବାଚନରେ ସେ ଶାଲିମାର ବାଗ (ଉତ୍ତର-ପଶ୍ଚିମ) ଆସନରୁ ଆମ୍ ଆଦମୀ ପାର୍ଟିର ନେତ୍ରୀ ବନ୍ଦନା କୁମାରୀଙ୍କୁ ପରାସ୍ତ କରି ୬୮,୨୦୦ ଭୋଟ୍ ପାଇ ବିଜୟୀ ହୋଇଥିଲେ । ନୂଆଦିଲ୍ଲୀ ବିଧାନସଭା ଆସନରୁ ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପରାସ୍ତ କରିଥିବା ପରବେଶ ବର୍ମା ରାଜ୍ୟର ପରବର୍ତ୍ତୀ ଉପମୁଖ୍ୟମନ୍ତ୍ରୀ ହେବେ ବୋଲି ବିଜେପି ଘୋଷଣା କରିଛି । ସେହିପରି ବିଜେନ୍ଦ୍ର ଗୁପ୍ତା ହେବେ ବାଚସ୍ପତି । Post navigation ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ୱ ନେଲେ ଜ୍ଞାନେଶ କୁମାର ଦିଲ୍ଲୀରେ ଆରଏସଏସର ନୂଆ କାର୍ଯ୍ୟାଳୟ ‘କେଶବ କୁଞ୍ଜ’ ଉଦ୍ଘାଟିତ