PM Modi to assess States' readiness in CMs meet tomorrow over West Asia conflictFile Pic
ପଶ୍ଚିମ ଏସିଆ ସଂକଟକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଆଲୋଚନା କରିବେ । ବୈଠକରେ ପଶ୍ଚିମ ଏସିଆ ସଂକଟର ମୁକାବିଲା ଲାଗି ପ୍ରସ୍ତୁତି ଏବଂ ରାଜ୍ୟଗୁଡିକର ଯୋଜନା ସମୀକ୍ଷା କରାଯିବ ।
 
ତେବେ, ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀମାନେ ଅଧିବେଶନରେ ଯୋଗଦେବେ ନାହିଁ ବୋଲି ଆଶା କରାଯାଉଛି ।
 
ମୋଦି, କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ସମନ୍ୱୟର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି ରାଜ୍ୟଗୁଡ଼ିକୁ ସଙ୍କଟର ମୁକାବିଲା କରିବା ସମୟରେ “ଟିମ୍ ଇଣ୍ଡିଆ” ଆଭିମୁଖ୍ୟ ଗ୍ରହଣ କରିବାକୁ ଆଶା ବ୍ୟକ୍ତ କରିଛନ୍ତି ।
 
ପୂର୍ବରୁ, ପ୍ରଧାନମନ୍ତ୍ରୀ ପଶ୍ଚିମ ଏସିଆ ସଂଘର୍ଷର ଦୀର୍ଘକାଳୀନ ପ୍ରଭାବର ମୁକାବିଲା ପାଇଁ ସାତଟି ସଶକ୍ତ ଗୋଷ୍ଠୀ ଗଠନ ଘୋଷଣା କରିଥିଲେ । ଏହି ଗୋଷ୍ଠୀଗୁଡ଼ିକ ଇନ୍ଧନ, ସାର, ଗ୍ୟାସ ଯୋଗାଣ ଶୃଙ୍ଖଳ ଏବଂ ମୁଦ୍ରାସ୍ଫୀତି ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକ ଉପରେ ଧ୍ୟାନ ଦେବେ ।

By Nirvay

Leave a Reply

Your email address will not be published. Required fields are marked *