‘ପିଏମ୍ କିଷାନ ସମ୍ମାନ ନିଧି’ ଯୋଜନାର ୬ ବର୍ଷ ପୂର୍ତ୍ତି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାରର ଭାଗଲପୁରଠାରେ ଦେଶବ୍ୟାପୀ ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ପିଏମ୍-କିଷାନ ସହାୟତା ଯୋଜନାରେ ୧୯ତମ କିସ୍ତିରେ ୨୨ ହଜାର କୋଟି ଟଙ୍କାରୁ ଅଧିକ ଜମାରାଶି ହସ୍ତାନ୍ତରଣ କରିଛନ୍ତି । ଏହି ଯୋଜନା ଅଧୀନରେ ଯୋଗ୍ୟ କୃଷକ ପରିବାରକୁ ପ୍ରତି ୪ ମାସରେ ୨୦୦୦ ଟଙ୍କାର ୩ଟି ସମାନ କିସ୍ତିରେ ବାର୍ଷିକ ୬୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ । ପିଏମ୍-କିଷାନ ସହାୟତା ଯୋଜନାରେ ଓଡ଼ିଶାର ୩୪, ୯୫,୧୪୭ ଜଣ ଚାଷୀ ଉପକୃତ ହୋଇଥିବାବେଳେ ଏହି କୃଷକ କଲ୍ୟାଣ କାର୍ଯ୍ୟକ୍ରମରେ ୩, ୪୩, ୪୪୭ ନୂଆ ହିତାଧିକାରୀ ଯୋଡ଼ି ହୋଇଛନ୍ତି । Post navigation କାଶୀ-ତାମିଲ୍ ସଙ୍ଗମ ୩.୦ କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦିଲ୍ଲୀ ବିଧାନସଭାରେ CAG ରିପୋର୍ଟ ଆଗତ; ୨୨ ଆପ୍ ବିଧାୟକ ନିଲମ୍ବିତ