PCC inquiry committee formed into Kendrapara incident
ରାଜ୍ୟରେ ନାରୀ ନିର୍ଯାତନା ଅଣାୟତ୍ତ ହୋଇଥିବା ବେଳେ ଆଜି କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡ଼ପଡ଼ା ଗ୍ରାମପଞ୍ଚାୟତର କାଠିଆପଡ଼ା ଗ୍ରାମରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି ।
 
ପୁରୁଷ ବନ୍ଧୁଙ୍କ ଅମାନବୀୟ ନିର୍ଯାତନା ବିରୋଧରେ ଅଭିଯୋଗ ସତ୍ତ୍ୱେ ପୋଲିସ କାର୍ଯ୍ୟାନୁଷ୍ଠାନ ନ କରିବାରୁ ଜଣେ + ୩ ଶେଷ ବର୍ଷ ଛାତ୍ରୀ ଚରମ ନିଷ୍ପତି ନେଇ ଆତ୍ମାହୁତି ଦେବା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଛି ।
 
ଏଥି ନିମନ୍ତେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଏକ ୮ ଜଣିଆ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରାଯାଇଛି । ଉକ୍ତ କମିଟିରେ ପିସିସି ଉପସଭାପତି ସସ୍ମିତା ବେହେରା ଅଧ୍ୟକ୍ଷା ରହିଥିବା ବେଳେ ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ସସ୍ମିତା ପଣ୍ଡା, ପିସିସି ମୁଖପାତ୍ର ସୋନାଲି ସାହୁ, ଡ଼ ମନିଷା ଦାଶ ପଟ୍ଟନାୟକ, ଜୟଶ୍ରୀ ପାତ୍ର, ପିସିସି ପାନେଲିଷ୍ଟ ଅମ୍ରିତା ଦାସ ଓ ମଧୁସ୍ମିତା ଆଚାର୍ଯ୍ୟ ସଦସ୍ୟା ଭାବରେ ରହିଛନ୍ତି ।
 
ସେମାନେ ଆସନ୍ତାକାଲି ଅଗଷ୍ଟ ୭ ତାରିଖ, ଗୁରୁବାର ସକାଳେ ଘଟଣାସ୍ଥଳ ପରିଦର୍ଶନ କରି ଏକ ରିପୋର୍ଟ ପ୍ରସ୍ତୁତ କରିବେ ବୋଲି ପିସିସି କାର୍ଯାଳୟ ସୂତ୍ରରୁ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ ପାଇଛି ।
 
ଉକ୍ତ ଘଟଣାକୁ ନେଇ ପିସିସି କୋଷାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ସଂସଦୀୟ କ୍ଷେତ୍ରର କଂଗ୍ରେସ ଯୁବନେତା ସିଦ୍ଧାର୍ଥ ସ୍ୱରୂପ ଦାଶ ଗଭୀର ଦୁଃଖ ପ୍ରକାଶ କରିବା ସହ ସରକାରଙ୍କ ନିକଟରେ ଛାତ୍ରୀଙ୍କ ନ୍ୟାୟ ଦାବି କରିଛନ୍ତି । ସେ କହିଛନ୍ତି ଉକ୍ତ ଘଟଣା ସରକାରୀ ବ୍ୟବସ୍ଥାର ଅବହେଳା ପାଇଁ ହୋଇଛି । ତେଣୁ ସରକାର ଏହି ଘଟଣାରେ ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଅବହେଳା କରିଥିବା ପୋଲିସ ଅଫିସରଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟ ସ୍ୱରୂପ ତାଙ୍କୁ ନିଲମ୍ବନ କରିବା ଏବଂ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାକୁ ସେ ଦାବି କରିଛନ୍ତି । ନଚେତ୍ ମୃତ ଛାତ୍ରୀଙ୍କ ନ୍ୟାୟ ପାଇଁ କେନ୍ଦ୍ରାପଡ଼ାରେ ଜୋରଦାର ଆନ୍ଦୋଳନ ହେବ ବୋଲି ସରକାରଙ୍କୁ ଚେତାବନୀ ଦେଇଛନ୍ତି ଦାଶ ।

By Nirvay

Leave a Reply

Your email address will not be published. Required fields are marked *