୨୦୨୪ ସାଧାରଣ ନିର୍ବାଚନ ବେଳେ ଓ ତା’ ପୂର୍ବରୁ ହେଲିକପ୍ଟରରେ ଜିଲ୍ଲାରୁ ଜିଲ୍ଲା ଚକ୍କର କାଟୁଥିଲେ ଭି.କେ ପାଣ୍ଡିଆନ। ଲୋକଙ୍କ ସହିତ ସେଲ୍‌ଫି ଉଠାଇବା ସହ ଅଭିଯୋଗ ସଂଗ୍ରହ କରୁଥିଲେ। ଏଥିପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଛି ତା’ର ତଥ୍ୟ ମାଗି ମାଗି ନୟାନ୍ତ ହେଲେଣି ଆରଟିଆଇ କର୍ମୀ। ପାଣ୍ଡିଆନଙ୍କ ଏହି ହେଲିକପ୍ଟର ବୁଲାକୁ ନେଇ ଚାରିଆଡ଼ୁ ପ୍ରଶ୍ନ ଉଠିଛି। ରାଜ୍ୟରେ ଏବେ ସରକାର ବଦଳିବା ପରେ ପାଣ୍ଡିଆନଙ୍କ ହେଲିକପ୍ଟର ବୁଲାରେ ରାଜକୋଷରୁ କେତେ ଖର୍ଚ୍ଚ ହୋଇଛି ତାହାର ହିସାବ ଆରମ୍ଭ ହୋଇଛି।

ଏ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ଜଣେ ସଚିବଙ୍କୁ ହେଲିକପ୍ଟରରେ ବୁଲିବାକୁ କିଏ ଅନୁମତି ଦେଲା, କାହା ନିର୍ଦ୍ଦେଶରେ ହେଲିପ୍ୟାଡ ନିର୍ମାଣ ହୋଇଥିଲା ତଦନ୍ତ ହେବ। ହେଲିକପ୍ଟର ଖର୍ଚ୍ଚ କିଏ ବହନ କରିଥିଲା, ତା’ର ସ୍ପଷ୍ଟତା ଦରକାର ବୋଲି କହିଥିଲେ।

Leave a Reply

Your email address will not be published. Required fields are marked *