ଆସନ୍ତାକାଲି ନଵନିର୍ମାଣ କୃଷକ ସଂଗଠନ ଏବଂ ଅନ୍ୟାନ୍ୟ ସହଯୋଗୀ ସଂଗଠନଗୁଡ଼ିକ ପକ୍ଷରୁ ସକାଳ ୬ରୁ ଦିନ ୨ଟା ଯାଏଁ ୮ ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦିଆଯାଇଛି । ଏହାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖି ଜରୁରୀକାଳୀନ ସେବା ପ୍ରଭାବିତ ନ ହେବା ପାଇଁ ସଜାଗ ରହିବାକୁ ନିର୍ଦ୍ଦେଶ ଦେଇଛି । ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କାଲି ସମସ୍ତ ସରକାରୀ ଅଫିସର କାର୍ଯ୍ୟ ସୁରୁଖୁରରେ ଚାଲିବା ଉପରେ ଫୋକସ୍ ରହିବ । ଗମନାଗମନ ଓ ଆଇନଶୃଙ୍ଖଳା ପରିସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ରାଜ୍ୟଵ୍ୟାପୀ ଧାନ କିଣାରେ ଅବ୍ୟବସ୍ଥା, ଟୋକନ ଓ ମଣ୍ଡିରେ ବ୍ୟାପକ ଅବ୍ୟବସ୍ଥା ଭଳି ଅଭିଯୋଗ ଆଣି ରାଜ୍ୟରେ ଚାଷୀ ମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଙ୍ଗଠନ । ଏହି ବନ୍ଦରେ ଜରୁରୀ ସେବା ଗୁଡ଼ିକ ଖୋଲା ରହିବ କହିଛନ୍ତି ନବ ନିର୍ମାଣ କୃଷକ ସଂଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । Post navigation Arijit Singh Announces Retirement: ଆଉ ଗୀତ ଗାଇବେ ନାହିଁ ବଲିଉଡ୍ ସିଙ୍ଗର ଅରିଜିତ୍ ସିଂ