Odisha Bar Council suspends Archana Nag from legal practice
ଅର୍ଚ୍ଚନା ନାଗଙ୍କ ଓକିଲାତି ଲାଇସେନ୍ସ ସାମୟିକ ଭାବେ ନିଲମ୍ବିତ କରାଯାଇଛି । ଲାଇସେନ୍ସ ନିଲମ୍ବନ ନେଇ ଆଇନଜୀବୀ ପରିଷଦ ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି । ଲାଇସେନ୍ସ ଆବେଦନ ଫର୍ମରେ ତ୍ରୂଟିପୂର୍ଣ୍ଣ ତଥ୍ୟ ଦେଇଥିବା ଅଭିଯୋଗ ହୋଇଛି ।
 
ପୂର୍ବରୁ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ତରଫରୁ ଅର୍ଚ୍ଚନା ନାଗଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା । ଓକିଲାତି ଲାଇସେନ୍ସ ପାଇଁ ଅର୍ଚ୍ଚନା ଦାଖଲ କରିଥିବା ଫର୍ମରେ ତାଙ୍କ ବିରୋ‌ଧରେ ବିଚାରାଧୀନ ଥିବା ଅପରାଧିକ ମାମଲା ସମ୍ପର୍କରେ ତଥ୍ୟ ଉଲ୍ଲେଖ କରି ନଥିଲେ । ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ନାହିଁ ବୋଲି ସେ ଉଲ୍ଲେଖ କରିଥିଲେ ।
 
ଏକାଧିକ ବ୍ୟବସାୟରେ ସମ୍ପୃକ୍ତି ଥାଇ ମଧ୍ୟ ସେ ତଥ୍ୟ ଲୁଚାଇଥିବା ଅଭିଯୋଗ ହେଲା ପରେ ଲାଇସେନ୍ସ ନିଲମ୍ୱନ କରିଦିଆଯାଇଛି ।

By Nirvay

Leave a Reply

Your email address will not be published. Required fields are marked *