ନୂଆଦିଲ୍ଲୀ ଗସ୍ତରେ ନବୀନ ପଟ୍ଟନାୟକ ଓ ତାଙ୍କ ସଖା ଭିକେ ପାଣ୍ଡିଆନ । ବିଚ୍ଛେଦ ପୂର୍ବରୁ ଗତିବିଧି ଚଳଚଞ୍ଚଳ । ଖୁବ ଶୀଘ୍ର ଓଡ଼ିଶା ଛାଡିପାରନ୍ତି ଭି.କେ ପାଣ୍ଡିଆନ । ଆନ୍ତର୍ଜାତିକ ସଂସ୍ଥା ବିଲ୍ ଗେଟ୍ସ ଫାଉଣ୍ଡେସନରେ ଭୈରବ କାର୍ତ୍ତିକେୟନ ପାଣ୍ଡିଆନ ଯୋଗ ଦେବା କଥା ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତିରେ ହଟଚମଟ ସୃଷ୍ଟି ହୋଇଛି । ଏହି ମଧ୍ୟରେ ବାରମ୍ବାର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ପାଣ୍ଡିଆନ ଦିଲ୍ଲୀ ଗସ୍ତକୁ ନେଇ ମଧ୍ୟ ଚାରିଆଡ଼େ ଚର୍ଚ୍ଚା ଜୋର ଧରିଛି । ୨ ସପ୍ତାହ ମଧ୍ୟରେ ୨ ଥର ନବୀନଙ୍କ ଦିଲ୍ଲୀ ଗସ୍ତକୁ ନେଇ ଏବେ ସରଗରମ ହେଉଛି ରାଜ୍ୟ ରାଜନୀତି । ରାଜନୈତିକ ଉଦ୍ଦେଶ୍ୟ ରଖି ନବୀନ ବରାବର ଦିଲ୍ଲୀ ଗସ୍ତ କରିଥିବା କୁହାଯାଉଥିବା ବେଳେ ଦିଲ୍ଲୀ ଗସ୍ତର ମୁଖ୍ୟ କାରଣ ଜଣାପଡ଼ି ନାହିଁ । କିନ୍ତୁ ସନ୍ଦେହ କରାଯାଉଛି କି ବିଜେଡ଼ି ନେତାଙ୍କୁ ସୁରକ୍ଷା ଦେବାକୁ ନବୀନ ପ୍ରୟାସ କରୁଛନ୍ତି। Post navigation ଆସନ୍ତାକାଲି ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କାଳବୈଶାଖୀର କ୍ଷୟକ୍ଷତି ସମୀକ୍ଷା ବେଳେ ସୁରେଶ ପୂଜାରୀଙ୍କ କାରକେଡ୍ ଉପରକୁ ଢେଲା ମାଡ଼ କଲେ ଗ୍ରାମବାସୀ