ଦହିବରା ଓ ଭାଇଚାରା ଭଳି ଦଶହରା ମଧ୍ୟ କଟକବାସୀଙ୍କ ଭାବନା ସହିତ ଜଡିତ । ତେବେ ଏଥର ରାଜନୀତିରେ ଦୁର୍ଗାପୂଜାକୁ ମୋହରା କରିଛନ୍ତି ବାରବାଟୀ-କଟକ ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଓ ବର୍ତ୍ତମାନର ବିଧାୟିକା ତଥା ତାଙ୍କ ଝିଅ ସୋଫିଆ ଫିର୍ଦ୍ଦୋଷ । ଶାରଦୀୟ ବନ୍ଧୁମିଳନ ନାଁରେ ଆଉ ଏକ ଗୋଟିଚାଳନା କରିଛନ୍ତି ମହମ୍ମଦ ମୋକିମ । ପାର୍ବଣ ଋତୁ ଆରମ୍ଭ ହୋଇଥିବା ବେଳେ କଟକ ସିଡିଏସ୍ଥିତ ୱଇଣ୍ଡସୋର ପ୍ୟାଲେସଠାରେ ‘ଶାରଦୀୟ ବନ୍ଧୁମିଳନ’ ଆୟୋଜନ କରି ପ୍ରହସନ ଆରମ୍ଭ କରିଦେଇଛନ୍ତି ମୋକିମ । କଟକର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ, ସମସ୍ତ ପୂଜା କମିଟି ସଭାପତି ଓ ସଂପାଦକ, ମୂରବୀଙ୍କୁ ବନ୍ଧୁମିଳନରେ ସାମିଲ କରି ଭାଇଚାରାର ମନ୍ତ୍ର ଦେଇଛନ୍ତି । ହେଲେ ଏହି ଭାଇଚାରାର ପ୍ରକୃତ ଅର୍ଥ ଆସନ୍ତା ନିର୍ବାଚନର ପ୍ରସ୍ତୁତି ହୋଇପାରେ । ଶାରଦୀୟ ବନ୍ଧୁମିଳନ ନାଁରେ ପ୍ରହସନ ଚାଲିଛି । ସୂଚନାଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନରେ ଦୁର୍ନୀତି ମାମଲାରେ ଲିପ୍ତ ରହିଥିବାରୁ ମୋକିମଙ୍କ ଝିଅ ସୋଫିଆଙ୍କୁ ନିର୍ବାଚନ ମଇଦାନକୁ ଆଣିଥିଲେ । ସୋଫିଆ ଫିର୍ଦ୍ଦୋଷ ନିର୍ବାଚନ ଜିତିଛନ୍ତି ସତ, ହେଲେ ତାଙ୍କ ବାପାଙ୍କ ଇଶାରାରେ କାମ କରୁଛନ୍ତି । ମହମ୍ମଦ ମୋକିମ ପଛରେ ରହି ଏସବୁକୁ ନିୟନ୍ତ୍ରଣ କରୁଛନ୍ତି । ଏସବୁ ଘଟଣା ରାଜନୀତିର ଦୃଶ୍ୟପଟ୍ଟ ବଦଳାଇ ଦେଉଛି । ରାଜନେତା ତଥା ଲୋକଙ୍କ ସେବକ ଭାବେ ରୀତିମତ କାମ କଲେ ଲୋକ ଦେଖାଣିଆଭାବେ ଏସବୁ ଉତ୍ସବ ମହୋତ୍ସବର ଆବଶ୍ୟକତା ନାହିଁ । Post navigation ଶେଷ ହେଲା ମହାପ୍ରଭୁଙ୍କ ରତ୍ନ ଅଳଙ୍କାର ସ୍ଥାନାନ୍ତର ନୂଆପଡ଼ାର ସାମଗ୍ରିକ ଉନ୍ନତି ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ: ମନମୋହନ ସାମଲ