Iran-Israel war: Odisha students return home
ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିବା ‘ଅପରେସନ ସିନ୍ଧୁ’ ଜରିଆରେ ଯୁଦ୍ଧ ପ୍ରଭାବିତ ଇସ୍ରାଏଲରୁ ଓଡ଼ିଆ ଛାତ୍ରଛାତ୍ରୀ ଦିଲ୍ଲୀ ଫେରିଛନ୍ତି ।
 
ସୁରକ୍ଷିତ ଭାବେ ଦିଲ୍ଲୀରେ ପହଞ୍ଚିଥିବା ପରେ ସେମାନେ ଭାରତ, ଇସ୍ରାଏଲ ଓ ଓଡିଶା ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।୨୫ ଓଡିଆ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୧୪ ଜଣ ଭାରତ ଫେରିଛନ୍ତି ।
 
ମିଜାଇଲ ମାଡ଼ ସମୟରେ, ସାଇରନ ବାଜିବା ମାତ୍ରେ ବଙ୍କର ଭିତରକୁ ସେମାନଙ୍କୁ ଯିବାକୁ ପଡୁଥିଲା । ସରକାର ସୀମା ପାର କରାଇବାରେ ପୁରା ସହଯୋଗ କରିଛନ୍ତି । ଅନ୍ୟ ଦେଶର ପିଲାଙ୍କ ପରି ସମସ୍ୟା ସାମ୍ନା କରି ନାହାନ୍ତି । ଭାରତୀୟ ଦୂତାବାସ ସମ୍ପୂର୍ଣ୍ଣ ଯୋଗାଯୋଗରେ ଥିବା ସେମାନେ କହିଛନ୍ତି ।
 
ବୈଦେଶିକ ମନ୍ତ୍ରାଳୟ ସୂଚନା ଅନୁଯାୟୀ ‘ଅପରେସନ ସିନ୍ଧୁ’ ମାଧ୍ୟମରେ ଏବେ ଯାଏଁ ୨,୨୯୫ ଜଣ ଏପର୍ଯ୍ୟନ୍ତ ଭାରତ ଫେରିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *