Holiday declared for schools in Bhadrak due to heavy rain

ରାଜ୍ୟରେ ଜାରି ରହିଛି ବର୍ଷା। ଲଗାଣ ବର୍ଷା ପାଇଁ ଭଦ୍ରକ ଜିଲ୍ଲାର ସମସ୍ତ ସ୍କୁଲ୍ ବନ୍ଦ । ଭଦ୍ରକ ଜିଲ୍ଲାର ୪ଟି ବ୍ଲକ୍‌ରେ ଦିନକ ପାଇଁ ସ୍କୁଲ୍‌ ଛୁଟି । ତିହିଡ଼ି, ଧାମନଗର,ବାସୁଦେବପୁର, ଚାନ୍ଦବାଲି ବ୍ଲକରେ ସ୍କୁଲ୍ ରଖିବାକୁ ଜିଲ୍ଲପାଳଙ୍କ ଘୋଷଣା । ପ୍ରବଳରୁ ଅତି ପ୍ରବଳ ବର୍ଷା ଓ ବଢୁଥିବା ନଦୀ ସ୍ତରକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏଭଳି ନିଷ୍ପତ୍ତି।

ରାଜ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଥିଵାବେଳେ ଉପରବେଳା ସମୟରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି।ବୈତରଣୀ ନଦୀରେ ବନ୍ୟା ଜଳ ପଶିବାରୁ ତଳିଆ ଅଞ୍ଚଳ ଜଳମଗ୍ନ ଅବସ୍ଥାରେ ରହିଛି । ଘରେ ବନ୍ୟାଜଳ ପଶିବାରୁ ଲୋକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରାଜ୍ୟରେ ଲଗାଣ ବର୍ଷା ପରେ ବିଭିନ୍ନ ସମସ୍ୟା ଦେଖା ଯାଇଛି । ଉପର ମୁଣ୍ଡରେ ବର୍ଷା ହେବାରୁ ତଳିଆ ଅଞ୍ଚଳରେ ବନ୍ୟା ଜଳ ଜମି ରହିଛି । ଏହା ସହ ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।

By Nirvay

Leave a Reply

Your email address will not be published. Required fields are marked *