କମିଲା ଜିଏସଟି ହାର । ବୁଧବାର ଦିନ ଅନୁଷ୍ଠିତ ଜିଏସଟି (GST) କାଉନସିଲ୍ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର । ଏବେ କେବଳ ଜିଏସଟିରେ ଦୁଇଟି ସ୍ଲାବ୍ ରହିବ । ସାରା ଦେଶରେ କେବଳ ୫ ପ୍ରତିଶତ ଓ ୧୮ ପ୍ରତିଶତ ସ୍ଲାବ ଲାଗୁ ହେବ । ପ୍ରେସ୍ ମିଟ୍ରେ ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବର୍ତ୍ତମାନ ଦେଶରେ ୪ଟି ଜିଏସଟି ସ୍ଲାବ ଯଥା ୫%, ୧୨%, ୧୮% ଓ ୨୮% ପ୍ରଚଳିତ ଥିବାବେଳେ ଆଜିର ନିଷ୍ପତି ସହ ୧୨% ଓ ୨୮% ସ୍ଲାବକୁ କେନ୍ଦ୍ର ସରକାର ବନ୍ଦ କରିଛନ୍ତି । ଆସନ୍ତା ୨୨ ତାରିଖରୁ ଲାଗୁ ହେବ ନୂଆ ସ୍ଲାବ୍ । ଛେନା, ପନିର୍ ଓ ପାଉଁରୁଟି ଉପରେ GST ନାହିଁ । ଶିକ୍ଷା ଉପକରଣ, ୨୩ଟି ଜୀବନ ରକ୍ଷାକାରୀ ଔଷଧ ଉପରେ GST ନାହିଁ । ବ୍ୟକ୍ତିଗତ ଜୀବନ ବୀମା ଓ ସ୍ୱାସ୍ଥ୍ୟ ବୀମା ଉପରେ ଲାଗିବ ନାହିଁ GST ବୀମା । ସେହିପରି ଔଷଧ, କୃଷି ଯନ୍ତ୍ରପାତି, ଡେରି ପ୍ରଡକ୍ଟ, ପ୍ରୋସେସଡ ଫୁଡ୍, ପାଉଡର, ଟୁଥପେଷ୍ଟ, ଶାମ୍ପୂ, ପାସ୍ତା ଓ ନୁଡୁଲ୍ସ, କସମେଟିକ୍ସ ସାମଗ୍ରୀ, ବଟର, ଘିଅ, ଚିଜ, ନମକିନ, ଭୁଜିଆ, ଚମଡା ଓ ଗ୍ରାନାଇଟ ଉତ୍ପାଦ, ଉପରେ ୫% GST ଲାଗୁ ହେବ । କାର୍, ବାଇକ, ଟିଭି, ଫ୍ରିଜ, ୱାସିଂ ମେସିନ, ଏସି ଆଦି ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ତଥା ପେଟ୍ରୋଲ, ଡିଜେଲ ଉପରେ ୨୮% ରୁ କମି ୧୮% GST ଲାଗୁ ହେବ । ଏବେ ଶସ୍ତା ହେବ ଅତ୍ୟାବଶ୍ୟକ ସାମଗ୍ରୀ ତେବେ ସୌଖୀନ ଓ ତମାଖୁ ଜାତ ସାମଗ୍ରୀ ମୃଦୁପାନୀୟ, ପାନ ମସଲା, ଗୁଟଖା, ସିଗାରେଟ ଉପରେ ସର୍ବାଧିକ ୪୦ ପ୍ରତିଶତ GST ଲାଗୁ ହେବ । Post navigation ସ୍କୁଲ୍ ସହ ମିଶିବ ଅଙ୍ଗନବାଡି !