Govt urges shift to PNG to ease LPG supply pressure
 
ପେଟ୍ରୋଲିୟମ ମନ୍ତ୍ରାଳୟ ଏଲପିଜି ରୁ ପିଏନଜିକୁ ସିଫ୍ଟ ହେବାକୁ ପରାମର୍ଶ ଦେଇଛନ୍ତି । ପ୍ରେସମିଟ୍‌ରେ ପରାମର୍ଶ ଦେଇ ସୁଜାତା ଶର୍ମା, ଯୁଗ୍ମ ସଚିବ, ପେଟ୍ରୋଲିୟମ୍ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ କହିଛନ୍ତି ଯେ, ପିଏନଜି ଆମର ଘରୋଇ ଉତ୍ପାଦନ ହୋଇଥିବାରୁ ପରିବର୍ତ୍ତନ କରିବା ଭଲ । ଯେଉଁ ଅଞ୍ଚଳକୁ ପିଏନଜି କନେକ୍ସନ ଯାଇଛି, ସେମାନେ ସଂଯୋଗ କରାଇ ନିଅନ୍ତୁ ବୋଲି ସେ କହିଛନ୍ତି । ପ୍ରାୟ ୬୦ ଲକ୍ଷ ଉପଭୋକ୍ତା ପିଏନଜି କନେକ୍ସନ ଥାଇ ଏଲପିଜି ବ୍ୟବହାର କରୁଛନ୍ତି । ଏଲପିଜି ପାଇଁ ସମସ୍ୟା ରହୁଥିବାରୁ କନେକ୍ସନ ଥିଲେ ପିଏନଜି ସଂଯୋଗ କରାନ୍ତୁ ବୋଲି ସେ କହିଛନ୍ତି ।
 
ପେଟ୍ରୋଲିୟମ ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ ଦେଶରେ ପେଟ୍ରୋଲ ଏବଂ ଡିଜେଲ୍‌ର କୌଣସି ଅଭାବ ନାହିଁ । ଦେଶରେ ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ ମହଜୁଦ ରହିଛି ଏବଂ ରିଫାଇନାରୀଗୁଡ଼ିକ ସର୍ବୋତ୍ତମ କ୍ଷମତାରେ ଚାଲୁଛି । ସୁଜାତା ଶର୍ମା କହିଛନ୍ତି ଯେ, ଭାରତର ପ୍ରତିବର୍ଷ ତୈଳ ଶୁଦ୍ଧିକରଣ କ୍ଷମତା ପାଖାପାଖି ୨୬ କୋଟି ଟନ୍ ରହିଛି ।
 
ସେ ପୁଣି କହିଛନ୍ତି ଯେ, ୨୫ ଦିନରେ ୨.୫ ଲକ୍ଷ ନୂତନ PNG ସଂଯୋଗ, ୨.୨ ଲକ୍ଷ ଉପଭୋକ୍ତା LPG ରୁ ସ୍ଥାନାନ୍ତରିତ ଏବଂ ୨.୫ ଲକ୍ଷ ନୂତନ ଆବେଦନ ହୋଇଛି । LPG ଯୋଗାଣ କୌଣସି ଡ୍ରାଏ-ଆଉଟ୍ ବିନା ସ୍ଥିର ରହିଛି । ସେଇଭଳି ହୋଟେଲ, ଢାବା, ସମ୍ପ୍ରଦାୟ ରୋଷେଇ ଘର ଏବଂ ପ୍ରବାସୀ ଶ୍ରମିକ ଭଳି କ୍ଷେତ୍ରକୁ ପ୍ରାଥମିକତା ଦେଇ ବାଣିଜ୍ୟିକ ଏଲପିଜି ଆବଣ୍ଟନ ୫୦% ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି, ପ୍ରାୟ ୨୨,୦୦୦ ଟନ୍ ଯୋଗାଣ ଏବଂ ୩୦,୦୦୦ ଛୋଟ ସିଲିଣ୍ଡର ବଣ୍ଟନ କରାଯାଇଛି ।
 
ବିକଳ୍ପ ଇନ୍ଧନ ଭାବରେ ଅନେକ ରାଜ୍ୟରେ ଅତିରିକ୍ତ କିରୋସିନି ଆବଣ୍ଟନ ଜାରି କରାଯାଇଛି। କଳାବଜାରୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ତୀବ୍ର କରାଯାଇଛି, ପ୍ରାୟ ୨,୭୦୦ ଚଢାଉ, ୨୦୦୦ ସିଲିଣ୍ଡର ଜବତ, ଏବଂ ବହୁ ଥର ଯାଞ୍ଚ ଏବଂ ନୋଟିସ ଜାରି କରାଯାଇଛି ବୋଲି ସୁଜାତା ଶର୍ମା କହିଛନ୍ତି ।
 
ତେଣୁ କେହି ପେଟ୍ରୋଲ କିମ୍ବା ଡିଜେଲ୍‌ ପାଇଁ ଲମ୍ବା ଲାଇନ୍‌ କରନ୍ତୁ ନାହିଁ । ପେଟ୍ରୋଲ୍‌ କିମ୍ବା ଡିଜେଲ୍‌ ଦାମ୍‌ ବଢ଼ିନି, କେହି ଭୟଭୀତ ହୁଅନ୍ତୁ ନାହିଁ । କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରନ୍ତୁ ବୋଲି ପେଟ୍ରୋଲିୟମ୍ ଯୁଗ୍ମ ସଚିବ କହିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *