କେନ୍ଦ୍ର ସରକାର ରାଜ୍ୟଗୁଡ଼ିକକୁ ଏଲପିଜି ଯୋଗାଣ ନେଇ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୩ ତାରିଖରୁ ଅତିରିକ୍ତ ୨୦ ପ୍ରତିଶତ କମର୍ସିଆଲ୍ ଏଲପିଜି ଆବଣ୍ଟନ କରିବାକୁ ପେଟ୍ରୋଲିୟମ ମନ୍ତ୍ରାଳୟ ସବୁ ରାଜ୍ୟକୁ ଚିଠି ଲିଖିଛନ୍ତି । ଏହା ରେଷ୍ଟୁରାଣ୍ଟ, ଢାବା, ହୋଟେଲ୍ ଏବଂ ଇଣ୍ଡଷ୍ଟ୍ରିଆଲ କ୍ୟାଣ୍ଟିନକୁ ଗୁରୁତ୍ୱ ଦେବ । ଯାହା ସାମଗ୍ରିକ ଆବଣ୍ଟନକୁ ସଙ୍କଟ ପୂର୍ବ ସ୍ତରର ୫୦% ପର୍ଯ୍ୟନ୍ତ ନେଇଯିବ । ଏହି ନିଷ୍ପତ୍ତି ଯୋଗୁଁ ଘରୋଇ ଏଲପିଜି ସିଲିଣ୍ଡର ଯୋଗାଣ ଉପରେ ପ୍ରଭାବ ପଡ଼ିବ ନାହିଁ ବୋଲି ସରକାର ଅଭିମତ ପ୍ରକାଶ କରିଛନ୍ତି । ସରକାର କହିଛନ୍ତି ଯେ ବାଣିଜ୍ୟିକ ଏବଂ ଶିଳ୍ପ ଏଲପିଜି ବ୍ୟବହାରକାରୀମାନଙ୍କୁ ମୋଟ ଆବଣ୍ଟନରୁ ଏଲପିଜି ପାଇବା ପୂର୍ବରୁ ତୈଳ ବିପଣନ କମ୍ପାନୀଗୁଡ଼ିକରେ ପଞ୍ଜୀକରଣ କରିବାକୁ ପଡିବ । ସେହିପରି, ବାଣିଜ୍ୟିକ ଏବଂ ଶିଳ୍ପ ଏଲପିଜି ଉପଭୋକ୍ତାମାନଙ୍କୁ ସେମାନଙ୍କ ଅଞ୍ଚଳରେ ଥିବା ସିଟି ଗ୍ୟାସ୍ ବଣ୍ଟନ ସଂସ୍ଥା ସହିତ ପିଏନଜି ସଂଯୋଗ ପାଇଁ ଆବେଦନ କରିବାକୁ ପଡିବ । Post navigation Ruckus Outside Pratap Jena’s Residence ପ୍ରତାପ ଜେନାଙ୍କ ବାସଭବନ ଆଗରେ ହଙ୍ଗାମା ଘଟଣାରେ ୨ ଗିରଫ Rajya Sabha Cross Voting Row: କ୍ରସ୍ ଭୋଟିଂ କରିଥିବା ବିଜେଡିର ୬ ବିଧାୟକ ନିଲମ୍ବିତ