Football player collapses during match; CM announces Rs 4 lakh compensation
ଦେବଗଡ଼ର ଶୁଳିଆପଦା, ଆଇଜି ଷ୍ଟାଡିୟମଠାରେ ଫୁଟବଲ ମ୍ୟାଚ ସମୟରେ ଜଣେ ଖେଳାଳିଙ୍କ ମୃତ୍ୟୁ ଘଟଣାରେ ଶୋକ ପ୍ରକାଶ କରିବାସହ ମୃତକଙ୍କ ପରିବାର ପାଇଁ ୪ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ।
 
ସୂଚନା ଅନୁଯାୟୀ, ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ କାଉନସିଲର କପ୍ ଟୁର୍ଣ୍ଣାମେଣ୍ଟର ଦେବଗଡ଼ ପୌରପାଳିକା ୱାର୍ଡ ନମ୍ବର ୨ ଦେବଗଡ଼ ପୌରପାଳିକା ୱାର୍ଡ ନମ୍ବର ୭ ବିପକ୍ଷରେ ମ୍ୟାଚ୍ ଖେଳାଯାଉଥିଲା ।
 
ମ୍ୟାଚ୍ ସମୟରେ ଦେବଗଡ଼ ପୌରପାଳିକା ୱାର୍ଡ ନମ୍ବର ୨ ପାଇଁ ଖେଳୁଥିବା ପ୍ରକାଶ ନାୟକ ହଠାତ୍ ପଡ଼ିଆରେ ପଡ଼ିଯାଇଥିଲେ ।
 
ତାଙ୍କୁ ସେଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

By Nirvay

Leave a Reply

Your email address will not be published. Required fields are marked *