୨୭ ବର୍ଷ ପରେ ପୁଣି ଥରେ ବିଜେପି ଦିଲ୍ଲୀ ଦଖଲ କରିବ! ୯ଟି ଏକଜିଟ୍ ପୋଲ୍ ଫଳାଫଳ କହୁଛି, ୨୭ ବର୍ଷ ପରେ ଦିଲ୍ଲୀରେ ପୁଣି କଡ଼ ଲେଉଟାଇବ ଇତିହାସ । ଦିଲ୍ଲୀର ୭୦ ବିଧାନସଭା ଆସନର ମତଦାନ ସରିବା ପରେ ଆସିଥିବା ଅଧିକାଂଶ ଏକଜିଟ୍ ପୋଲ୍ର ଆକଳନ କହୁଛି, ଏଥର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟି ସରକାର ଗଢ଼ିବାକୁ ଯାଉଛି । MATRIZE ର ଆକଳନ କହୁଛି- ମୋଟ୍ ୭୦ଟି ଆସନରୁ ବିଜେପି ୩୫ରୁ ୪୦ଟି ସିଟ୍ ଜିତିପାରେ । ସେହିପରି ଆପ୍ ୩୨ରୁ ୩୭ଟି ଏବଂ କଂଗ୍ରେସ୍ ମାତ୍ର ଗୋଟିଏ ସିଟ୍ ଜିତିବାର ସମ୍ଭାବନା ରହିଛି । ସେହିପରି Chanakya STRATEGIES ର ରିପୋର୍ଟ ଅନୁସାରେ ଆପ୍ ୨୫-୨୮, ବିଜେପି ୩୯-୪୪ ଓ କଂଗ୍ରେସ ୨-୩ ଟି ସିଟ୍ରେ ବାଜିମାତ କରିପାରେ । ସନ୍ଧ୍ୟା ୫ଟା ସୁଦ୍ଧା ଦିଲ୍ଲୀର ସମସ୍ତ ୭୦ଟି ଆସନରେ ୫୭.୭୦ ପ୍ରତିଶତ ମତଦାନ ରେକର୍ଡ କରାଯାଇଛି । Post navigation ଜୟଦେବ ଜେନାଙ୍କୁ ମିଳିଲା ହତ୍ୟା ଧମକ