Vijay Rupani killed in Ahmedabad plane crash
ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ବିଜେପିର ବରିଷ୍ଠ ନେତା ତଥା ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀଙ୍କ ମୃତ୍ୟୁ ହୋଇଥିବା କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସି.ଆର. ପାଟିଲ ସ୍ପଷ୍ଟ କରିଛନ୍ତି ।
 
ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଶତାଧିକ ଲୋକ ପ୍ରାଣ ହରାଇଛନ୍ତି । ୨୪୨ ଯାତ୍ରୀ ଓ କ୍ରିଉ ମେମ୍ବର ମଧ୍ୟରୁ ଜଣେ ମାତ୍ର ଯାତ୍ରୀ ଜୀବିତ ଅଛନ୍ତି ।
 
ଗୁଜରାଟର ୧୬ତମ ମୁଖ୍ୟମନ୍ତ୍ରୀ ଭାବେ ସେ ୨୦୧୬ ରୁ ୨୦୨୧ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ ଓ ସେ ରାଜକୋଟ ପଶ୍ଚିମ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ ।

By Nirvay

Leave a Reply

Your email address will not be published. Required fields are marked *