Author: Subhasmita Nayak

ବିଜେଡିର ନ୍ୟାରେଟିଭ ସୃଷ୍ଟି ଆରମ୍ଭ, ବିଜେପି ଚୁପ୍

ବିଜେପି ଓଡ଼ିଶାରେ ନୂଆ କରି ସରକାର ଗଠନ କରିଛି। ବିଜେଡି ୨୪ ବର୍ଷ ଧରି ଶାସକ ଦଳରେ ରହିବା ପରେ ଏବେ ବିରୋଧୀ ଦଳ ଭାବେ କାମ କରିବ। ବିଜେପି ସବୁବେଳେ ବିରୋଧୀ ଦଳରେ ରହିଆସିଛି। ବିରୋଧୀ ଦଳରେ ରହି ସ୍ୱର…

ତାମିଲନାଡୁରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ମୃତ

ତାମିଲନାଡୁର କାଲାକୁରିଚି ଜିଲ୍ଲାରେ ଅପମିଶ୍ରିତ ମଦ ସେବନ କରି ପ୍ରାୟ ୩୪ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କୁ ବାଦ୍‌ ଦେଲେ ଅନ୍ୟ ୧୦୦ରୁ ଅଧିକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମୃତମାନଙ୍କ ମଧ୍ୟରେ ମହିଳାମାନେ ମଧ୍ୟ ଅନ୍ତର୍ଭୁକ୍ତ। ଅଧିକାଂଶଙ୍କ ଶବ ବ୍ୟବଚ୍ଛେଦ ହୋଇସାରିଛି।…

ସୁପ୍ରିମକୋର୍ଟକୁ ଗଲା ନିଟ (NEET) ବିବାଦ

ନିଟ ବିବାଦ ନେଇ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର ହେଲା ହାଇକୋର୍ଟରେ ଥିବା ମାମଲା। ଏ ନେଇ ଏନଟିଏ ସୁପ୍ରିମକୋର୍ଟରେ ଆବେଦନ କରିଥିଲା। ଏବେଠୁ ନିଟ୍‌ ମାମଲାର ସମସ୍ତ ଶୁଣାଣି ସୁପ୍ରିମକୋର୍ଟରେ ହେବ। କାଉନସେଲିଂ ପ୍ରକ୍ରିୟା ଜାରି ରଖିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ୨୨ ଜଣ ଅଫିସରଙ୍କ ବଦଳି ଉପରେ ଲାଗିଲା ରୋକ୍‌

ସରକାର ବଦଳିବା ପରେ ନୂଆ ସରକାର ବିଭିନ୍ନ ବିଭାଗରେ ଦୀର୍ଘବର୍ଷ ଧରି ଥିବା ଅଫିସରମାନଙ୍କୁ ଅନ୍ୟ ବିଭାଗକୁ ବଦଳି କରିବା ପ୍ରକ୍ରିୟା ଆରମ୍ଭ କରିଛନ୍ତି। ନୂଆ ମୁଖ୍ୟମନ୍ତ୍ରୀଙ୍କୁ ତୃତୀୟ ମହଲା ଆବଣ୍ଟିତ ହେବା ପରେ ସେଠାରେ ଥିବା ସଚିବାଳୟ ସେବା କ୍ୟାଡରର…

ଧାନର ସର୍ବନିମ୍ନ ସହାୟକ ରାଶି ବଢ଼ାଇଲେ କେନ୍ଦ୍ର ସରକାର

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ତାଙ୍କର ତୃତୀୟ କାର୍ଯ୍ୟକାଳର ଦ୍ୱିତୀୟ କ୍ୟାବିନେଟ ବୈଠକରେ ଅନେକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କ୍ୟାବିନେଟର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି। ସେ ସୂଚନା ଦେଇଛନ୍ତି ଯେ ଧାନ, ରାଗି, ମିଲେଟ,…

ଖୋଲିବନି ରତ୍ନଭଣ୍ଡାର; ଏଏସଆଇ (ASI) ଅଫିସରଙ୍କ ବିରୁଦ୍ଧରେ ହେବ କାର୍ଯ୍ୟାନୁଷ୍ଠାନ

ଜୁଲାଇ ୮ ତାରିଖରେ ଖୋଲିବନି ଶ୍ରୀମନ୍ଦିର ରତ୍ନଭଣ୍ଡାର। ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏପରିକି ଏଏସ୍ଆଇ ଅଧିକାରୀ ବିଭ୍ରାନ୍ତିକର ତଥ୍ୟ ଦେଇଛନ୍ତି ବୋଲି କହିଛନ୍ତି ମନ୍ତ୍ରୀ । ଏ ନେଇ ପ୍ରତିକ୍ରିୟା ରଖି ଆଇନମନ୍ତ୍ରୀ ଶ୍ରୀ…

କାଶୀପୁରରେ ଡିପଥେରିଆ ପାଇଁ ବୁଷ୍ଟର ଡୋଜ

ଆଜି ରାୟଗଡ଼ା ଜିଲ୍ଲାର କାଶୀପୁରରେ ଡିପଥେରିଆ ରୋଗ ପାଇଁ ବୁଷ୍ଟର ଡୋଜ ଦିଆଯାଉଛି। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ରୋଗ ବ୍ୟାପିଥିବା ମୁନୁଷପଦର ସହ କାଶୀପୁରର ୮୦ଟି ଗାଁରେ ଏହି ବୁଷ୍ଟର…

ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଯବାନଙ୍କୁ ଗୁଳି

ଅଯୋଧ୍ୟା ରାମ ମନ୍ଦିର ସୁରକ୍ଷାରେ ନିୟୋଜିତ ଥିବା ସ୍ପେଶାଲ ସିକ୍ୟୁରିଟି ଫୋର୍ସର ଜଣେ ଯବାନଙ୍କର ସନ୍ଦିଗ୍ଧ ଅବସ୍ଥାରେ ଗୁଳି ଲାଗିବାରୁ ମୃତ୍ୟୁ ହୋଇଛି। ଗୁଳି କେଉଁ ପରିସ୍ଥିତିରେ ତାଙ୍କ ଦେହରେ ବାଜିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ସୂଚନା…

ଜୁଲାଇ ୮ରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର

ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଆସିଲା ବଡ଼ ଖବର। ଜୁଲାଇ ୮ରେ ଖୋଲିବ ରତ୍ନଭଣ୍ଡାର। ଏ ନେଇ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟ ଡି.ବି. ଗଡନାୟକ ସୂଚନା ଦେଇଛନ୍ତି। ତେବେ ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି। ଅନୁଧ୍ୟାନ ପରେ ରତ୍ନଭଣ୍ଡାର…

ଆକ୍ସନ ମୋଡରେ ମୁଖ୍ୟମନ୍ତ୍ରୀ; ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ତତ୍ପରତା

ସରକାର ଗଠନ ହେବାର କିଛିଦିନ ମଧ୍ୟରେ ଆକ୍ସନ ମୋଡକୁ ଆସିଛନ୍ତି ବିଜେପି ସରକାର। ମୁଖ୍ୟମନ୍ତ୍ରୀ ମୋହନ ମାଝି ବୁଧବାର ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସମ୍ପୂର୍ଣ୍ଣ ତଥ୍ୟ ମାଗଛନ୍ତି। ଚିଟଫଣ୍ଡ ଟଙ୍କା ଫେରସ୍ତ ପାଇଁ ତତ୍ପରତା ପ୍ରକାଶ କଲେ ରାଜ୍ୟ ସରକାର। ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ…