Author: Nirvay

ଏଯାବତ୍ ୧୦୦୦ ଅଭିଯୋଗର ଶୁଣାଣି ହୋଇଛି: ମୁଖ୍ୟମନ୍ତ୍ରୀ

ଅଭିଯୋଗ ଶୁଣାଣି ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୂଚନା ଦେଇଛନ୍ତି। ଆଜି ମୋଟ୍ ୧୭୦୦ ଅଭିଯୋଗ ପଞ୍ଜୀକୃତ ହୋଇଛି। ଏଯାବତ୍ ୧୦୦୦ ଅଭିଯୋଗର ଶୁଣାଣି ଶେଷ ହୋଇଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। RDCସ୍ତରରେ ଅଭିଯୋଗର ସମାଧାନ ପାଇଁ ଯୋଜନା କରାଯାଉଛି। ଆମେ…

୧୯ରେ ଆଉ ଏକ ଲଘୁଚାପ

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର। ୧୯ରେ ଆଉ ଏକ ଲଘୁଚାପ ସମ୍ଭାବନା ରହିଛି। ଉତ୍ତରପଶ୍ଚିମ ତତ୍‌ସଂଲଗ୍ନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି। ଦକ୍ଷିଣ-ପଶ୍ଚିମ ଦିଗକୁ ଗତି କରିବ ଲଘୁଚାପ। ଏବେ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ।ଦକ୍ଷିଣ-ପଶ୍ଚିମ…

ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ: ଜିଲ୍ଲାରେ ଖୋଲିବ ପରିବା ମଣ୍ଡି

ଦରଦାମ ନିୟନ୍ତ୍ରଣ ପାଇଁ ପ୍ରୟାସ ଜାରି ରହିଛି । ଏଥିପାଇଁ ଜିଲ୍ଲାରେ ପରିବା ମଣ୍ଡି ଖୋଲିବ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । କଟକ, ଭୁବନେଶ୍ୱର ସମେତ ସବୁ ଜିଲ୍ଲାରେ ଶୀଘ୍ର ପରିବା…

ଲଗାଣ ବର୍ଷା: କାନ୍ଥ ଭୁଶୁଡ଼ି ମହିଳା ମୃତ

ନବରଙ୍ଗପୁର ଜିଲ୍ଲା ସଦର ମହାକୁମା ଚାମୁରିୟାଗୁଡା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁଁ କାନ୍ଥ ଭୁଶୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ମୃତ ମହିଳା ହେଲେ ଚନ୍ଦ୍ର ଧାକଡ଼ଙ୍କ ସ୍ତ୍ରୀ କୁସୁମା ଧାକଡ଼। ସକାଳୁ ଘର ଚାରିପାଖରେ ଝାଡ଼ୁ କରୁଥିବା ବେଳେ ଘର…

ବୁଡ଼ିଲା ଅସ୍ଥାୟୀ ପୋଲ

ନବରଙ୍ଗପୁର ପାପଡ଼ାହାଣ୍ଡିରେ ପ୍ରବଳ ବର୍ଷାରେ ବୁଡ଼ିଲା ଅସ୍ଥାୟୀ ପୋଲ। ଟୁରି ନଦୀର ଅସ୍ଥାୟୀ ପୋଲ ଉପରେ ୨ ଫୁଟ୍‌ର ପାଣି ଚାଲୁଛି। ଉମରକୋଟ-ନବରଙ୍ଗପୁକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ରାସ୍ତାର ଉଭୟ ପାର୍ଶ୍ୱରେ ଅଟକି ରହିଛି ଶତାଧିକ ଗାଡ଼ି। ଯାତାୟାତ ଏକପ୍ରକାର ଠପ…

ଘଟଣାର ପୁନରାବୃତ୍ତି: ପୁଣି ରଥରେ ଚଢ଼ିଲେ ଅଣସେବାୟତ

ଶ୍ରୀଗୁଣ୍ଡିଚାରେ ରଥରେ ଦୁଇ ଅନଧିକୃତ ବ୍ୟକ୍ତି ଚଢି ଥିବାବେଳେ ବାହୁଡ଼ାରେ ଏହି ଘଟଣାର ପୁନରାବୃତ୍ତି ହୋଇଛି। ରଥରେ ପୁଣି ୨ ଜଣ ଅଣସେବାୟତ ଚଢିଥିବା ଜଣାପଡିଛି। ସେବାୟତ ବେଶରେ ଦର୍ପଦଳନ ରଥରେ ଚଢ଼ିଥିଲେ ଅଣସେବକ। ରଥରୁ ଓଲ୍ହାଇଲା ପ୍ରଶାସନ, କାର୍ଯ୍ୟାନୁଷ୍ଠାନ ହୋଇପାରେ।…

ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ

ବଡ ଭାଇ ଓ ଭଉଣୀ ଆସିବା ପରେ ପଛରେ ଝୁଲି ଝୁଲି ଆସୁଛନ୍ତି କାଳିଆ ସାଆନ୍ତ। ଲୋକାରଣ୍ୟ ଶରଧା ବାଲି। ହରିବୋଲ, ହୁଳହୁଳୀରେ କମ୍ପୁଛି ଶ୍ରୀକ୍ଷେତ୍ର। ଭାବବିହ୍ୱଳ ହୋଇଛନ୍ତି ଭକ୍ତ। ସବୁଠି ଶୁଭୁଚି ଯେ ଜଗନ୍ନାଥ ଧ୍ୱନି।

ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ପହଣ୍ଡି ସରିଲା

ଚକ୍ରରାଜ ସୁଦର୍ଶନଙ୍କ ପରେ ରଥରେ ବିରାଜିଥିଲେ ବଡ଼ ଠାକୁର ଶ୍ରୀ ବଳଭଦ୍ର । ଧାଡ଼ି ପହଣ୍ଡିରେ ଆସି ତାଳଧ୍ବଜରେ ବିରାଜିଲେ ବଡ଼ ଠାକୁର। ପଛରେ ଶୂନ୍ୟ ପହଣ୍ଡିରେ ଆସିଥିଲେ ହଳଦୀମୁହିଁ ଦେବୀ ସୁଭଦ୍ରା। ଘଣ୍ଟ ଘଣ୍ଟା ବାଦ୍ୟରେ କମ୍ପୁଛି ଶରଧା ବାଲି।

ରତ୍ନଭଣ୍ଡାର ଖୋଲିବା ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିକ୍ରିୟା

ରତ୍ନଭଣ୍ଡାର ଖୋଲିବା ପରେ ଟ୍ୱିଟ କରି ପ୍ରତିକ୍ରିୟା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀଙ୍କ ପ୍ରତିଶ୍ରୁତି ରାଜ୍ୟ ସରକାର ପାଳନ କଲେ ବୋଲି କହିଛନ୍ତି। ଅଳଙ୍କାରର ସଠିକ୍ ସୂଚନା ପାଇବା ନେଇ ଲୋକଙ୍କ ଦାବି ଥିଲା। ରତ୍ନଭଣ୍ଡାର ଖୋଲିଥିବାରୁ ଧନ୍ୟବାଦ। ଏଥିପାଇଁ…