ପୁଣି ଭିଜିଲାନ୍ସ ପଞ୍ଝାରେ ସରକାରୀ ବାବୁ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଜାଲରେ ପଡିଛନ୍ତି କଟକ ଆଠଗଡ଼ ବିଡିଓ ପ୍ରଦୀପ କୁମାର ସାହୁ। ପ୍ରଦ୍ୱୀବଙ୍କ ଘରେ ରେଡ଼ କରୁଛି ଭିଜିଲାନ୍ସ । ଏକକାଳୀନ ୮ଟି ସ୍ଥାନରେ ରେଡ୍‌ କରିଛି ଭିଜିଲାନ୍ସ ଟିମ୍‌।

ଭୁବନେଶ୍ୱର ଗୌତମ ନଗରସ୍ଥିତ ଘର, ଖୋର୍ଦ୍ଧା ଭଲିଆବାଡ଼ିରେ ଥିବା ବିଲ୍ଡିଂ, ରାଜସୁନାଖଳାରେ ଥିବା ୩ ମହଲା କୋଠା ଓ ପୈତୃକ ଘର, ଖୋର୍ଦ୍ଧା ପିଚୁକୁଳିରେ ଥିବା ସମ୍ପର୍କୀୟଙ୍କ ଘର, ଆଠଗଡ଼ରେ ଥିବା ଅଫିସ, କ୍ୱାଟର୍ସ ଆଦି ସ୍ଥାନରେ ରେଡ଼ ଚାଲିଛି । ୬ ଜଣ ଡିଏସପିଙ୍କ ନେତୃତ୍ବରେ ୬ ଜଣ ଇନ୍ସପେକ୍ଟର, ୧୦ ଜଣ ଏଏସଆଇ ଓ ଅନ୍ୟ ଷ୍ଟାଫ ଚଢ଼ଉରେ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *