Is organic farming an option?

ଜୈବିକ କୃଷିସାରର ପ୍ରୟୋଗ କୃଷି ଉତ୍ପାଦନରେ ବୃଦ୍ଧି ଆଣିବା ସହ ଫସଲର ପୁଷ୍ଟିକର ମାନ ବଢ଼ାଇଥାଏ । ରାସାୟନିକ ସାରର ବିକଳ୍ପ ଭାବେ ଜୈବିକ କୃଷି ପ୍ରମୁଖ ଭୂମିକା ଗ୍ରହଣ କରିଛି । ମୁଖ୍ୟତଃ- କୃଷି ଜମି ମୃତ୍ତିକା ଏବଂ ମଞ୍ଜିରେ ଏହାର ପରିଚାଳନା ହୁଏ ।

ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଆରମ୍ଭ ହୋଇଥିବା ‘ସବୁଜ ବିପ୍ଳବ’ କୃଷି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ, ବିଶ୍ୱକୁ ଖାଦ୍ୟ ଅଭାବରୁ ଦୂର କରିବା ଯାହାର ଲକ୍ଷ୍ୟ ଥିଲା । କୃଷି କ୍ଷେତ୍ରରେ ରାସାୟନିକ ସାର ଓ କୀଟନାଶକର ଅତ୍ୟଧିକ ବ୍ୟବହାର କେବଳ ମୃତ୍ତିକା ନୁହେଁ, ମନୁଷ୍ୟ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଗମ୍ଭୀର ସମସ୍ୟା ସୃଷ୍ଟି କରୁଛି । ରାସାୟନିକ ପଦାର୍ଥଗୁଡ଼ିକର ଅବଶିଷ୍ଟାଂଶ ମଧ୍ୟ ଫସଲ ଜରିଆରେ ଖାଦ୍ୟ ଶୃଙ୍ଖଳରେ ପ୍ରବେଶ କରିବା ଦ୍ୱାରା ସ୍ନାୟୁଗତ ସମସ୍ୟା, ଶ୍ୱାସକ୍ରିୟା ସମସ୍ୟା, ହରମୋନର ଅସନ୍ତୁଳନ ପରି ବିଭିନ୍ନ ରୋଗ ଶରୀରକୁ ଆକ୍ରାନ୍ତ କରୁଛି । ଦୀର୍ଘସମୟ ପର୍ଯ୍ୟନ୍ତ କୃଷି ପ୍ରବାହରେ ଥିବା ରାସାୟନିକ ଓ କୀଟନାଶକ ପଦାର୍ଥର ସଂସ୍ପର୍ଶରେ ରହିବା ଦ୍ୱାରା ଚର୍ମ ରୋଗ ସହିତ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମୁଛି । ଜଳସେଚନ କିମ୍ୱା ବର୍ଷା ସମୟରେ ଅତିରିକ୍ତ ସାର ମାଟିରୁ ପ୍ରବାହିତ ହୋଇ ପୋଖରୀ, ନାଳ, ନଦୀ ଓ ଭୂତଳ ଜଳରେ ମିଶିବା ଦ୍ୱାରା ଜଳ ପ୍ରଦୂଷଣ ହୋଇଥାଏ । କୀଟନାଶକଗୁଡ଼ିକର ଅବଶିଷ୍ଟାଂଶ ଜୀବଜଗତକୁ କ୍ଷତି ପହଞ୍ଚାଏ ଏବଂ ଜୈବ ବିବିଧତାକୁ ନଷ୍ଟ କରେ ।

ଏହି ସମସ୍ୟାର ସମାଧାନ ପାଇଁ ଜୈବିକ ଓ ପ୍ରାକୃତିକ କୃଷି ଭଳି ସୁରକ୍ଷିତ ତଥା ଚିରସ୍ଥାୟୀ କୃଷି ପଦ୍ଧତି ବିକଳ୍ପ ଆପଣାଇବା ଆବଶ୍ୟକ । ଆଧୁନିକ କୃଷିରୁ ଜୈବିକ କୃଷି ଆଡ଼କୁ ପ୍ରତ୍ୟାବର୍ତ୍ତନ କରିବା ହେଉଛି ରାସାୟନିକ ସାର ଓ କୀଟନାଶକ ଉପରେ ନିର୍ଭରଶୀଳତାକୁ ହ୍ରାସ କରି ସ୍ଥାୟୀ ଏବଂ ପରିବେଶ ଅନୁକୂଳ କୃଷି ପଦ୍ଧତିକୁ ଗ୍ରହଣ କରିବା । ଏହା ମାଟିକୁ ସୁରକ୍ଷା ଦେବ ଏବଂ ପରିବେଶ ପ୍ରଦୂଷଣ ରୋକିବ । ଏଥିସହିତ ପରିବେଶ ସଂରକ୍ଷଣ, ସ୍ଥାୟୀ ବିକାଶକୁ ସୁଦୃଢ ଏବଂ ଚାଷକୁ ଅଧିକ ସୁଲଭ ଓ ଉତ୍ପାଦନକ୍ଷମ କରିପାରିବ । ଜୈବିକ କୃଷିର ପ୍ରମୁଖ ଉପାଦାନଗୁଡ଼ିକ ମଧ୍ୟରେ ଜିଆ ଖତ, ଗୋବର ଖତ, ଜୈବିକ ସାର, ମିଶ୍ରିତ ଫସଲ ଓ ଜୈବିକ କୀଟ ପରିଚାଳନା ଆଦି ଅନ୍ତର୍ଭୁକ୍ତ ।

ଜୈବିକ କୃଷିର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ପ୍ରାକୃତିକ ବ୍ୟବସ୍ଥା ସହିତ ସମନ୍ୱୟ ରକ୍ଷା କରି ଉଚ୍ଚ ପୋଷାକଯୁକ୍ତ ଖାଦ୍ୟ ଉତ୍ପାଦନ କରିବା । ଏହା ମାଟିର ଉର୍ବରତାକୁ ବୃଦ୍ଧି ସହ ସଂରକ୍ଷଣ କରେ । ଜୈବିକ କୃଷି ମାନବ ସଭ୍ୟତା ଓ ପୃଥିବୀ ପାଇଁ ଏକ ବରଦାନ ସଦୃଶ । ବର୍ତ୍ତମାନର ସୁରକ୍ଷିତ ଓ ପୁଷ୍ଟିକର ଖାଦ୍ୟର ବର୍ଦ୍ଧିତ ଚାହିଦା ପୂରଣ କରିବା ସହ ଏହାର ଚାହିଦା ବଢ଼଼ାଇ ଚାଷରୁ ଅଧିକ ଆୟ ସୃଷ୍ଟି କରାଯାଇପାରିବ ।

By Nirvay

Leave a Reply

Your email address will not be published. Required fields are marked *