gst panel supports proposal for 2 GST rates
୪ଟି ନୁହେଁ ୨ଟି ସ୍ଲାବରେ ହେବ ଜିଏସଟି । ୨ ଜିଏସଟି ହାର ପ୍ରସ୍ତାବକୁ ସମର୍ଥନ କରିଛି ଜିଏସଟି ପ୍ୟାନେଲ । ସୂଚନା ଅନୁସାରେ ୨ଟି ସ୍ଲାବ ବିଶିଷ୍ଟ ହେବ ଜିଏସଟି । ଗୋଟିଏ ହେଉଛି ୫% ସ୍ଲାବ ଓ ଅନ୍ୟଟି ହେଉଛି ୧୮% ସ୍ଲାବ ।
 
ବର୍ତ୍ତମାନ ଜିଏସଟିରେ ୫%, ୧୨%, ୧୮% ଏବଂ ୨୮% ଭଳି ଚାରିଟି ହାର ପ୍ରଯୁଜ୍ୟ ରହିଛି । ତେବେ କେନ୍ଦ୍ର ସରକାର ୧୨ପ୍ରତିଶତ ଏବଂ ୨୮ ପ୍ରତିଶତ ସ୍ଲାବକୁ ଉଚ୍ଛେଦ କରି ଦୁଇ ସ୍ତରୀୟ ଜିଏସଟି ପ୍ରସ୍ତାବ ଦେଇଛନ୍ତି ।
 
ଏହା ସହିତ ଗ୍ରୋସରି, ସାଇକେଲ, ଶିକ୍ଷା ଭଳି ଅତ୍ୟାବଶ୍ୟକୀୟ ସାମଗ୍ରୀ ଉପରେ GST ହାର ୧୨% ରୁ ୫% କୁ ହ୍ରାସ ଏବଂ ଇଲେକ୍ଟ୍ରୋନିକ୍ସ ଓ ଏହି ଉପକରଣର GST ହାର ୨୮% ରୁ ୧୮% ପର୍ଯ୍ୟନ୍ତ ହ୍ରାସ କରିବାର ସମ୍ଭାବନା ରହିଛି ।

By Nirvay

Leave a Reply

Your email address will not be published. Required fields are marked *