ବାଲେଶ୍ୱର ପୀଡିତାଙ୍କୁ ନ୍ୟାୟ ଦାବିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ସହିତ ବନ୍ଦ ପାଳନ କରାଯାଉଛି । ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ବନ୍ଦ ପାଳନର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀ ରାଜରାସ୍ତାରେ ଗାଡ଼ିମୋଟର ଅଟକାଇ ରାସ୍ତାରୋକ, ରେଳ ରୋକ କରୁଛନ୍ତି । ରାଜଧାନୀ ଭୁବନେଶ୍ୱର ସମେତ ବ୍ରହ୍ମପୁର, କଟକ, କେନ୍ଦ୍ରାପଡ଼ା, ଜୟପୁର ଏବଂ ପୁରୀରେ ଜିଲ୍ଲା ଦୌରାଜଜ୍ଙ୍କ ଅଫିସ୍ ସାମ୍ନାରେ ବାଇକ୍ ରାଲି କରି ପିକେଟିଂ କରୁଛନ୍ତି କଂଗ୍ରେସ ନେତା ଓ କର୍ମୀ । ସେହିପରି ରାଉରକେଲାରେ ରାସ୍ତାରୋକ, ବଲାଙ୍ଗିର ଏବଂ ସମ୍ବଲପୁର ରେ ଜିଲ୍ଲାପାଳ ଅଫିସ୍ ଆଗରେ ପ୍ରତିବାଦ କରୁଛନ୍ତି କଂଗ୍ରେସ କର୍ମୀ । ବିଭିନ୍ନ ସ୍ଥାନରେ ଯାତ୍ରୀଙ୍କୁ ଚକୋଲେଟ ଏବଂ ଫୁଲ ଦେଇ ଓଡିଶା ବନ୍ଦ କୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି କଂଗ୍ରେସ କର୍ମୀ । ସେହିପରି ଯାଜପୁର, ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡା, ମାଲକାନଗିରିରେ ଓଡ଼ିଶା ବନ୍ଦର ପ୍ରଭାବ ପଡ଼ିଛି । ବିଭିନ୍ନ ସ୍ଥାନରେ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ମଧ୍ୟ ବନ୍ଦ ରହିଛି । ବିଭିନ୍ନ ସ୍ଥାନରେ ଲୋକେ ସ୍ଵତଃପ୍ରବୃତ ଭାବେ ସମର୍ଥନ କରୁଛନ୍ତି ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି । Post navigation ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦାବିରେ ରାଜଧାନୀରେ କଂଗ୍ରେସର ବାଇକ୍ ରାଲି ଏଫ୍ଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ସରକାରଙ୍କ କାର୍ଯ୍ୟାନୁଷ୍ଠାନ ନେଇ ତଥ୍ୟ ରଖିଲେ ଅପରାଜିତା ଷଡ଼ଙ୍ଗୀ