ଅଭିନେତା ତଥା ରାଜନେତା ମିଥୁନ ଚକ୍ରବର୍ତ୍ତୀଙ୍କୁ ଦାଦା ସାହେବ ଫାଲକେ ଆୱାର୍ଡ ପ୍ରଦାନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଘୋଷଣା କରିଛନ୍ତି। ଶ୍ରୀ ବୈଷ୍ଣବ ସୋସିଆଲ ମିଡ଼ିଆ ପୋଷ୍ଟ ଏକ୍ସରେ ଲେଖିଛନ୍ତି, ଅକ୍ଟୋବର ୮ରେ ୭୦ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ମିଥୁନ ଚକ୍ରବର୍ତ୍ତୀଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ସେ ଅଭିନେତାଙ୍କୁ ପ୍ରଶଂସା କରି କହିଛନ୍ତି ସିନେମା ଜଗତକୁ ମିଥୁଙ୍କର ଉଲ୍ଲେଖନୀୟ ଅବଦାନ ରହିଛି।

ମିଥୁନ ଚକ୍ରବର୍ତ୍ତୀ ମୃଣାଳ ସେନଙ୍କ ନିର୍ଦ୍ଦେଶିତ ‘ମୃଗୟା’ (୧୯୭୬) ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଅଭିନୟ ପାଇଁ ସେ ଶ୍ରେଷ୍ଠ ଅଭିନେତା ଭାବେ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲେ। ୧୯୮୨ ମସିହାରେ ମୁକ୍ତିଲାଭ କରିଥିବା ଫିଲ୍ମ ଡିସ୍କୋ ଡ୍ୟାନ୍ସରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପରେ ସେ ଘରେ ଘରେ ପରିଚିତ ହୋଇଥିଲେ, ଯାହା ବକ୍ସ ଅଫିସରେ ବିପୁଳ ସଫଳତା ପାଇଥିଲା । ୧୯୯୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଅଗ୍ନିପଥ ପାଇଁ ମଧ୍ୟ ତାଙ୍କୁ ପ୍ରଶଂସା କରାଯାଇଥିଲା। ରିୟାଲିଟି ସୋ’ରେ ସେ ଅନେକ ସମୟରେ ଜଜ୍ ଭାବେ ନଜର ଆସିଥାନ୍ତି।

Leave a Reply

Your email address will not be published. Required fields are marked *