କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ(୫୮)ଙ୍କ ପରଲୋକ ହୋଇଯାଇଛି। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ପରଲୋକ ହୋଇଛି । ଡେଙ୍ଗୁରେ ଚିକିତ୍ସିତ ହେଉଥିଲେ। ପାର୍ଥିବ ଶରୀର ଭୁବନେଶ୍ବର ଲୁମ୍ବିନୀବିହାରସ୍ଥିତ ବାସଭବନରେ ପହଂଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶେଷ ଦର୍ଶନ କରିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ବାଚସ୍ପତି, ମନ୍ତ୍ରିମଣ୍ଡଳ ସଦସ୍ୟ ଓ ଅନ୍ୟ ବ୍ୟକ୍ତି ବିଶେଷ ଶେଷ ଦର୍ଶନ କରିଥିଲେ। ପାର୍ଥିବ ଶରୀରକୁ ଆଜି ସୁନ୍ଦରଗଡ଼ ଅଭିମୁଖେ ନିଆଯାଇଛି। ସେଠାରେ ଶେଷକୃତ୍ୟ ସମ୍ପନ୍ନ ହେବ। Post navigation ନବୀନ ନିବାସରେ ଓଡ଼ିଆ ଚଳଚିତ୍ର ‘ଦମନ’ ଟିମ୍ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତଙ୍କୁ ମାଗଣା ମହାପ୍ରସାଦ ମିଳିବ