କଂଗ୍ରେସ ସମେତ ଇଣ୍ଡିଆ ମେଣ୍ଟର ସହଯୋଗୀ ଦଳଗୁଡ଼ିକ ମିଳିତ ଭାବେ ପ୍ରତିବାଦ ସଭା କରିଥିଲେ। ସ୍ଥାନୀୟ କାଳୀ ପଡ଼ିଆଠାରେ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀମାନେ ଏହି ସଭାରେ ଯୋଗ ଦେଇଥିଲେ। ସେହିପରି, ଆମ ଅଧିକାର ଆମର ଦାବି ପାଇଁ ଏ ଲଢ଼େଇ ବୋଲି କଂଗ୍ରେସ ପ୍ରଭାରୀ ଲାଲଜୀ ଭାଇ ଦେଶାଇ କହିଥିଲେ। ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗରେ ବହି ମୁଦ୍ରଣରେ ତ୍ରୁଟି ଯୋଗୁଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି, ଭୋଟ ଚୋର ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ୟୁପିଆରେ ୪% ଅଧିକ ରିହାତି ନେବାକୁ ବିରୋଧ କରି ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। କଂଗ୍ରେସ ଭବନ ନିକଟରୁ ଯୁବ କଂଗ୍ରେସର ଏକ ବଡ଼ ଶୋଭାଯାତ୍ରାରେ କଂଗ୍ରେସ ନେତାମାନେ ଯାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଏଥିରେ କଂଗ୍ରେସ ନେତା ନବଜ୍ୟୋତି ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା କଂଗ୍ରେସ ସଭାପତି ମନୋଜ କୁମାର ଜେନା ଏହି ପ୍ରତିବାଦ ସଭାକୁ ସଭାପତିତ୍ୱ କରିଥିଲେ। ଏହି ମଞ୍ଚରେ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ, କଂଗ୍ରେସ ବିଧାୟକ ଦଳର ନେତା ରାମଚନ୍ଦ୍ର କାଡମ, ଏଆଇସିସି ସମ୍ପାଦକ ମୟୁର ଜୟକୁମାର, ବିଧାୟକ ତାରାପ୍ରସାଦ ବାହିନୀପତି, ପିସିସି ଉପସଭାପତି ଅସିତ ପଟ୍ଟନାୟକ, ବିଧାୟକ ଲକ୍ଷ୍ମଣ ମୁଣ୍ଡା, ଅଳିକିଶୋର ପଟ୍ଟନାୟକ, ପିସିସି ସାଧାରଣ ସମ୍ପାଦକ ବିଶ୍ୱଜିତ ଦାସ, କୃଷ୍ଣଚନ୍ଦ୍ର ମହାନ୍ତି, ଆଲୋକ ମିଶ୍ର, ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରି, ପୂର୍ବତନ ବିଧାୟକ ସୁବର୍ଣ୍ଣ ନାଏକ, ମୋହନ ପରିଡ଼ା, ବିନୋଦ ବିହାରୀ ନାଏକ, ସୁନେଶ ଧୀର, ସୁଦୀପ୍ତ ମିଶ୍ର, ଶୁଭମ ରାଜ, ଲଳିତ ମୋହନ ନାୟକ, ସୁବ୍ରତ କୁମାର ଚକ୍ର, ହିତ୍ତରଞ୍ଜନ ପାତ୍ର, ସୁଢଳ କୁମାର ସେଠି ଓ ରସିକ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ପିସିସି ସମ୍ପାଦକ ସଂଗ୍ରାମ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। Post navigation Seva Jyoti Yatra in Odisha: ପ୍ରଧାନମନ୍ତ୍ରୀଙ୍କ ଶାସନ ମୁଖ୍ୟ ଭାବେ ୨୫ ବର୍ଷ ପୂର୍ତ୍ତି, ଓଡ଼ିଶାରେ ‘ସେବା ଜ୍ୟୋତି ଯାତ୍ରା’ Commission Formed to Study SEBCs: ଏସଇବିସିଙ୍କ ଅନୁଧ୍ୟାନ ପାଇଁ କମିଶନ ଗଠନ