ଢେଙ୍କାନାଳ : ବାଇକକୁ ସାମନା ପଟୁ ପିଟିଲା ହାଇୱା ଆଉ ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି ।

ଡେଙ୍କାନାଳ ଜିଲା ନିହଲପ୍ରସାଦ ଥାନା ଅନ୍ତର୍ଗତ ଟୋଲରପଶି ଅଙ୍ଗନବାଡି କେନ୍ଦ୍ର ନିକଟରେ ସୋମବାର ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏଥିରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ନିହଲପ୍ରସାଦ ଥାନା ଅନ୍ତର୍ଗତ ଫୁଲଝର ଗ୍ରାମର ଗୋବିନ୍ଦ ଦେଓଗାଁ(୨୫), ସୁମିତ୍ରା ଦେଓଗାଁ(୩୦) ସୁମିତ୍ରାଙ୍କ ୧୧ ବର୍ଷର ପୁଅ ଓ ଝିଅ ପୁର୍ଣ୍ଣିମା ଦେଓଗାଁ(୫)। ଚାରିଜଣ ଗୋଟିଏ ପଲସରରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ହାଇୱା ସହିତ ଧକ୍କା ହୋଇଥିଲା। ପୁଲିସ୍ ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇବା ସହ ତଦନ୍ତ ଜାରି ରଖିଛି।

By SonaliP

Leave a Reply

Your email address will not be published. Required fields are marked *