Day: 15 September 2024

ନବୀନ ବାବୁ ବାସ୍ତବରେ ‘ସାଧୁ ନା ବେଇମାନ’ ସସ୍ମିତ ପାତ୍ର ସ୍ପଷ୍ଟ କରନ୍ତୁ: ମନୋଜ ମହାପାତ୍ର

ଏକଦା ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରି “ବେଇମାନ ଲିଗାସି ଇନ୍ ନବୀନ ପଟ୍ଟନାୟକଏସ୍ ବିଜେଡି” ବୋଲି କହିଥିବା ବିଜେଡି ସାଂସଦ ତଥା ମୁଖପାତ୍ର ସସ୍ମିତ ପାତ୍ରଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରତି ଟିପ୍ପଣୀ…

ଗୋ ମାଂସ ରାନ୍ଧିବା ଘଟଣାରେ ୭ ଛାତ୍ର ବହିଷ୍କୃତ

ପାରଳା ମହାରାଜା ଇଞ୍ଜିନୟରିଂ କଲେଜରେ ଗୋ ମାଂସ ରାନ୍ଧିବା ଘଟଣାରେ ୭ ଜଣଙ୍କୁ କଲେଜ ଅଧ୍ୟକ୍ଷ ବହିଷ୍କାର କରିଛନ୍ତି। ଗତ ୧୧ ତାରିଖରେ ଛାତ୍ର ଗୋ ମାଂସ ରାନ୍ଧିଥିଲେ। କିଛି ଛାତ୍ରଙ୍କୁ ଗୋ ମାଂସ ଖାଇବାକୁ ଦେବାରୁ ଘଟଣା ସାମ୍ନାକୁ ଆସିଥିଲା।…

କୋଲକାତା ଲଜ୍ଜା: ସନ୍ଦୀପ ଓ ଅଭିଜିତଙ୍କୁ ୩ ଦିନିଆ ରିମାଣ୍ଡରେ ନେଲା ସିବିଆଇ

କୋଲକାତାରେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାରେ ରେ ଗିରଫ ହୋଇଥିବା ପୂର୍ବତନ ଆର୍ ଜି କର ମେଡିକାଲ କଲେଜ ଓ ହସ୍ପିଟାଲର ଅଧ୍ୟକ୍ଷ ସନ୍ଦୀପ ଘୋଷ ଏବଂ ତାଲା ଥାନାର ପୂର୍ବତନ ଥାନାଧିକାରୀ ଅଭିଜିତ ମଣ୍ଡଳଙ୍କୁ ୩ ଦିନିଆ…

ମୋଦିଙ୍କ ସୁରକ୍ଷାରେ ୮୧ ପ୍ଲାଟୁନ୍‌ ଫୋର୍ସ

ଆସନ୍ତାକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ଭୁବନେଶ୍ବରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ପାଇଁ ୮୧ ପ୍ଲାଟୁନ୍‌ ଫୋର୍ସ ମୁତୟନ ହେବେ। ଏ ନେଇ ପୋଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି। ୧୧…

ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ଯୋଗୁଁ ଦେଶରେ ବିକାଶର ନୂଆ ଲହରୀ ଆରମ୍ଭ ହୋଇଛି: ମୁଖ୍ୟମନ୍ତ୍ରୀ

ମୋର ପ୍ରିୟ ଭାଇ ଭଉଣୀମାନେ ତଥା ବ୍ରହ୍ମପୁର ସହରର ମୋର ବନ୍ଧୁମାନଙ୍କୁ ଆଜିର ଏହି ଶୁଭ ଅବସରରେ ଅନେକ ଶୁଭେଚ୍ଛା । ଆଜି ଆମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ଆପଣମାନଙ୍କ…

୨ ଦିନରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ କେଜ୍ରିୱାଲ୍

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ଅରବିନ୍ଦ କେଜ୍ରିୱାଲ୍। ୨ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବେ ବୋଲି କହିଛନ୍ତି। ୬ ମାସ ପରେ ଜେଲରୁ ବାହାରିବା ପରେ ଦିଲ୍ଲୀର ଏକ ସାଧାରଣ ସଭାରେ କେଜ୍ରିୱାଲ ଏଭଳି ଘୋଷଣା କରିଛନ୍ତି। ସେ ଅଗ୍ନି…

ବ୍ରହ୍ମପୁରରୁ ଗଡ଼ିଲା ବନ୍ଦେ ଭାରତ ଏକ୍ସପ୍ରେସ୍

ବ୍ରହ୍ମପୁର-ଟାଟାନଗର ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଶୁଭାରମ୍ଭ ହୋଇଥିବା ବେଳେ ବ୍ରହ୍ମପୁର ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଗଡ଼ିଲା। ଭର୍ଚ୍ଚୁଆଲ୍‌ ମୋଡ଼ରେ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ୬ଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ହୋଇଛି। ସେଥିମଧ୍ୟରୁ ଓଡ଼ିଶାରେ ୨ଟି…

ସୁଭଦ୍ରା ବାବଦରେ ପରୀକ୍ଷାମୂଳକ ଭାବେ ଆକାଉଣ୍ଟକୁ ଗଲା ୧ ଟଙ୍କା

ସୁଭଦ୍ରା ଯୋଜନାରେ ଏପର୍ଯ୍ୟନ୍ତ ୬୦ ଲକ୍ଷ ମହିଳା ପଞ୍ଜୀକରଣ କରିଛନ୍ତି। ଆଜି ପରୀକ୍ଷାମୂଳକ ଭାବେ ଆକାଉଣ୍ଟକୁ ୧ ଟଙ୍କା ଯାଇଛି। ବାକି ୪ ହଜାର ୯୯୯ଟଙ୍କା ୧୭ ତାରିଖରେ ଆକାଉଣ୍ଟକୁ ଯିବ। ବାଲିଅନ୍ତାର ଭକ୍ତିମୟୀ ମହାନ୍ତିଙ୍କ ଆକାଉଣ୍ଟକୁ ୧ ଟଙ୍କା ଯାଇଛି।…

ବ୍ରହ୍ମପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ଆଜି ବ୍ରହ୍ମପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବ୍ରହ୍ମପୁର କେସି ହାଇସ୍କୁଲ ଖେଳପଡ଼ିଆରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ଯ୍ୟକ୍ରମରେ ଯୋଗଦେବେ । ବ୍ରହ୍ମପୁର-ଟାଟାନଗର, ହାୱାଡ଼ା-ରାଉରକେଲାକୁ ଗଡ଼ିବ ବନ୍ଦେ…