odisha-works-department-launches-cdms-3-0
ଆଜି ପୂର୍ତ୍ତ ବିଭାଗର ଦୁଇଟି ନୂତନ ଆପ୍ଲିକେସନ୍ ର ଶୁଭାରମ୍ଭ ହୋଇଛି । ଡାକ ବଙ୍ଗଳା ବୁକିଂ ପ୍ରକ୍ରିୟାକୁ ଡିଜିଟାଲ୍ କରିବା ଲକ୍ଷ୍ୟରେ “e-IB ଅନଲାଇନ୍ ଆପ୍ଲିକେସନ୍” ଓ କଣ୍ଟ୍ରାକର ପରିଚାଳନା ବ୍ୟବସ୍ଥାକୁ ଅଧିକ ସରଳ,ସ୍ଵଚ୍ଛ ଏବଂ କାର୍ଯ୍ୟକ୍ଷମ କରିବା ଉଦ୍ଦେଶ୍ୟରେ “କଣ୍ଟ୍ରାକର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ (CDMS) 3.0” ର ଶୁଭାରମ୍ଭ କରାଯାଇଛି ।
 
ରାଜ୍ୟରେ ପୂର୍ତ୍ତ ବିଭାଗରେ କାମ କରୁଥିବା ଠିକାଦାରଙ୍କ ପାଇଁ ନୂଆ ବ୍ୟବସ୍ଥା ଭାବରେ ଠିକାଦାର ଡାଟାବେସ୍‌ ମ୍ୟାନେଜମେଣ୍ଟ ସିଷ୍ଟମ ୩.୦ର ଶୁଭାରମ୍ଭ କରାଯାଇଛି । ପୂର୍ତ୍ତ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏହି ଶୁଭାରମ୍ଭ କରିଛନ୍ତି ।
 
ଏହି ବ୍ୟବସ୍ଥା ଜଳସମ୍ପଦ, ଗୃହ ଓ ନଗର ଉନ୍ନୟନ ବିଭାଗ ସହ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ବିଭାଗରେ ମଧ୍ୟ ଆପଣାଯିବ । ଏହି ବ୍ୟବସ୍ଥା ମାଧ୍ୟମରେ ଠିକାଦାରଙ୍କ ପରିଚାଳନା ଅଧିକ ସ୍ଵଛ, ସରଳ ଓ କାର୍ଯ୍ୟକ୍ଷମ ହେବ ।
 
ଠିକାଦାରଙ୍କ ବାବଦରେ ସୂଚନା, ଲାଇସେନ୍ସ, କାର୍ଯ୍ୟଦକ୍ଷତା ସଂରକ୍ଷିତ ରହିବ । ‘ଉନ୍ନତ ପ୍ରଯୁକ୍ତି ପ୍ଲାଟଫର୍ମ ସହ CDMS 3.0 ରାଜ୍ୟର ନିର୍ମାଣ କ୍ଷେତ୍ର ପାଇଁ ଏକ ଗେମ୍-ଚେଞ୍ଜର୍ ହେବ । ଏହା ସହିତ ଇ-ଆଇବି ଡିଜିଟାଲ ବୁକିଂ ପ୍ଲାଟଫର୍ମର ମଧ୍ୟ ଶୁଭାରମ୍ଭ ହୋଇଛି ।
 

By Nirvay

Leave a Reply

Your email address will not be published. Required fields are marked *