Author: Subhasmita Nayak

ଆଜିଠୁ ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା ଆରମ୍ଭ

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନରେ ଆଜିଠୁ ଦେଶୀୟ ପକ୍ଷୀ ଗଣନା ଆରମ୍ଭ ହୋଇଛି । ୧୩ ତାରିଖ ପର୍ଯ୍ୟନ୍ତ ଗଣନା କାର୍ଯ୍ୟ ଚାଲିବ। ସକାଳ ୬ଟାରୁ ୯ ଟା ଯାଏ ଗଣନା କରାଯିବ। ପକ୍ଷୀ ଗଣନା ପାଇଁ ୪ଟି ଟିମ୍…

ପଦ୍ମ ମୁହାଁ ହୋଇପାରନ୍ତି ସରୋଜିନୀ ହେମ୍ବ୍ରମ

ନିର୍ବାଚନ ପୂର୍ବରୁ ରାଜନେତାଙ୍କ ଦଳ ପରିବର୍ତ୍ତନ ସାଧାରଣ କଥା। ହେଲେ ଓଡ଼ିଶାରେ ସରକାର ବଦଳିବା ପରେ ଦଳ ଡିଆଁ ଅଧିକ ଦେଖାଦେଇଛି। ବିଜେପି ପ୍ରଥମ ସରକାର ଗଠନ କରିଥିବା ବେଳେ ବିରୋଧୀ ଦଳ ବିଜେଡିର ରାଜ୍ୟସଭା ସଦସ୍ୟ ଜଣଙ୍କ ପରେ ଜଣେ…

ଲଗାଣ ବର୍ଷା ଯୋଗୁଁ ମାଲକାନଗିରି ବାହ୍ୟଜଗତରୁ ବିଚ୍ଛିନ୍ନ

ଲଘୁଚାପଜନିତ ଲଗାଣ ବର୍ଷା ଲାଗିରହିଛି। ଏହାର ପ୍ରଭାବରେ ମାଲକାନଗିରି ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି । ଜିଲ୍ଲାର ପାଙ୍ଗମ, କାଙ୍ଗୁରୁକୋଣ୍ଡା, ପୋଟେରୁ, ଏମ ଭି-୭, କନ୍ୟାଶ୍ରମ, ଏମ ଭି- ୯୦ ଓ ଏମ ଭି-୯୬ ପୋଲ ଉପରେ ୪ରୁ ୫ ଫୁଟର…

୨ ଆତଙ୍କବାଦୀ ନିହତ

ସୀମାରେ ଅନୁପ୍ରବେଶ ଉଦ୍ୟମ ବେଳେ ଭାରତୀୟ ଯବାନଙ୍କ ଗୁଳିରେ ୨ ଆଙ୍କବାଦୀ ନିହତ ହୋଇଛନ୍ତି । ଜାମ୍ମୁ-କାଶ୍ମୀରର ରଜୌରୀ ଜିଲ୍ଲା ଅନ୍ତର୍ଗତ ନୌସେରା ଅଞ୍ଚଳରେ ଗୁଳିବିନିମୟ ହୋଇଛି। ଜାମ୍ମୁ କାଶ୍ମୀରର ଏଲ୍‌ଓସି ନିକଟରେ ୨ଆତଙ୍କବାଦୀ ନିହତ ହୋଇଥିବା ସୂଚନା ମିଳିଛି। ପାକିସ୍ତାନରୁ…

ଭଙ୍ଗାହେବ ଦିଲ୍ଲୀସ୍ଥିତ ଓଡ଼ିଶା ଭବନ

ଦିଲ୍ଲୀସ୍ଥିତ ଓଡ଼ିଶା ଭବନ ଭଙ୍ଗାହେବ । ଓଡ଼ିଶା ଭବନକୁ ରାଜ୍ୟ ସରକାର ବିପଦପୂର୍ଣ୍ଣ ଘୋଷଣା କରିଛନ୍ତି । ଓଡ଼ିଶା ଭବନରେ ରହିବା ଅସୁରକ୍ଷିତ ବୋଲି ଜଣାପଡିବା ପରେ ଭାଙ୍ଗିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦିଲ୍ଲୀରେ ଥିବା ଓଡ଼ିଶାର ୩ଟି ଭବନ ଓଡ଼ିଶା ନିବାସ,…

ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ପ୍ରଭାତୀ ପରିଡାଙ୍କ ପ୍ରତିକ୍ରିୟା

ଢେଙ୍କାନାଳ ଜିଲ୍ଲା ଭାପୁର ଫାଣ୍ଡି ଅଞ୍ଚଳରେ ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଗଣମାଧ୍ୟମରେ ଏହି ଘଟଣା ବିଷୟରେ ଖବର ପ୍ରକାଶ ପାଇବା ପରେ ମୁଁ ଜାଣି ଅତ୍ୟନ୍ତ ମର୍ମାହତ। ମୁଁ ଜିଲ୍ଲା…

ଢେଙ୍କାନାଳରେ ଲଜ୍ଜା; ଅସହାୟ ଯୁବତୀଙ୍କୁ ଗଣଦୁଷ୍କର୍ମ

ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅଞ୍ଚଳରୁ ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ରାତି ୧୦ଟା ବାଜିଲେ ଯୁବତୀଙ୍କ ପାଇଁ କାଳ ରାତି ଆରମ୍ଭ ହୋଇ ଯାଉଥିଲା। ପାଶବିକ ପ୍ରବୃତ୍ତିର ୬ ଜଣ ଯୁବକ ଆସି ୨୨ ବର୍ଷୀୟ ଯୁବତୀଙ୍କୁ…

ମଝି ଚିଲିକାରେ ଫସିଲା ଯାତ୍ରୀବାହୀ ଡଙ୍ଗା

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହୀ ଡଙ୍ଗା। ମଏଁଷା ନିକଟରେ ଡଙ୍ଗା ଅଟକି ରହିଛି। ଅଧଘଣ୍ଟାରୁ ଅଧିକ ସମୟ ହେବ ୪୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ଯାତ୍ରୀଙ୍କ ସହ ବାଇକ ମଧ୍ୟ ଫସି ରହିଥିବା ସୂଚନା ମିଳିଛି।…

ଭାରତରେ ପ୍ରଥମ ସନ୍ଦିଗ୍ଧ ମଙ୍କିପକ୍ସ ଆକ୍ରାନ୍ତ !

ଦେଶରେ ମଙ୍କିପକ୍ସର ପ୍ରଥମ ସନ୍ଦିଗ୍ଧ ମାମଲା ସାମ୍ନାକୁ ଆସିଛି। ରୋଗୀ ହେଉଛନ୍ତି ଜଣେ ଯୁବକ ଯିଏକି ନିକଟରେ ମଙ୍କିପକ୍ସ ଦେଶକୁ ଯାଇ ଫେରିଥିଲେ। ଯୁବକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। WHO ମଙ୍କିପକ୍ସକୁ ସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି ବୋଲି ଘୋଷଣା କରିଛି ଏବଂ…

ସିଏମ୍‌ କିଷାନ ଯୋଜନାର ଶୁଭାରମ୍ଭ

ନୂଆଁଖାଇରେ ଚାଷୀ ଭାଇଙ୍କୁ ଭେଟି ଦେଇଛନ୍ତି ରାଜ୍ୟ ସରକାର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସମ୍ବଲପୁର ଗସ୍ତ ଅବସରରେ ସିଏମ କିଷାନ ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଉପଲକ୍ଷେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ କୃଷକମାନଙ୍କୁ ଉଦବୋଧନ ଦେଇଛନ୍ତି। ନୂଆଁଖାଇ ଅବସରରେ…