ସୋନିଆଙ୍କୁ ନେଇ ସନ୍ଥ ବେତ୍ରା ଅଶୋକଙ୍କ ଭବିଷ୍ୟବାଣୀ ଭାଜପାକୁ ରୋକିବାରେ ହେବେ ବିଫଳ, ଫେବୃଆରୀରେ ଦାୟିତ୍ୱରୁ ଓହରିବେ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଅଢେଇ ମାସରୁ ଅଧିକ ସମୟ ଧରି ଖାଲି ପଡିଥିବା ଅଧ୍ୟକ୍ଷ ପଦକୁ ପୂରଣ କରିବା ପାଇଁ କଂଗ୍ରେସ ଦଳ ଭିତରେ ଯେଉଁ ଟଣାଓଟରା ଚାଲିଥିଲା ତାହାର ଅବସାନ ଗତ ସପ୍ତାହରେ ଘଟିଛି । ସୋନିଆ ଗାନ୍ଧୀ ପୁଣି ଥରେ ନେଇଛନ୍ତି ଦଳ ସମ୍ଭାଳିବାର ଦାୟିତ୍ୱ । ତେବେ ସୋନିଆ ଦଳକୁ ଏକଜୁଟ କରିବା,ମଜବୁତ କରିବା ଏବଂ ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଯାଉଥିବା ୫ଟି ରାଜ୍ୟର ନିର୍ବାଚନରେ ଦଳକୁ ସଫଳ କରାଇବାରେ ସମର୍ଥ ହେବେ କି? ଏହି ପ୍ରଶ୍ନ ଏବେ ସମସ୍ତ ମୁହଁରେ । ଆଉ ଏହି ସମ୍ପର୍କରେ ମତ ରଖିଛନ୍ତି ବିଶ୍ୱର ଅନ୍ୟତମ ପ୍ରତିଷ୍ଠିତ ଜ୍ୟୋତିଷ ବିଶାରଦ ସନ୍ଥ ବେତ୍ରା ଅଶୋକ ।
ପୂର୍ବରୁ ସନ୍ଥ ବେତ୍ରା ଗଣନା ଆଧାରରେ ଏହି ଭବିଷ୍ୟବାଣୀ କରିଥିଲେ ଯେ, ଇଂରାଜୀ ଅକ୍ଷର ଏସ୍‌ କିମ୍ବା ଏ ନାମଧାରୀ କୌଣସି ବ୍ୟକ୍ତି ନୂଆ ଅଧ୍ୟକ୍ଷ ହେବେ । ସୋନିଆ ଗାନ୍ଧୀ ଅଧ୍ୟକ୍ଷ ଦାୟିତ୍ୱ ତୁଲାଇଲେ । ତେବେ ଆଗାମୀ ଦିନରେ ସୋନିଆଙ୍କ ଯାତ୍ରା ସେତେଟା ସହଜ ରହିବ ନାହିଁ,ଫେବୃଆରୀ ସୁଦ୍ଧା ୫ଟି ରାଜ୍ୟର ନିର୍ବାଚନ ସରିବା ପରେ ସୋନିଆ ଏହି ପଦରୁ ନିଶ୍ଚିତ ଓହରିବେ । ପରେ ଆର୍‌ କିମ୍ବା ଏ ନାମଧାରୀ କୌଣସି ବ୍ୟକ୍ତି ନୂଆ ଅଧ୍ୟକ୍ଷ ହେବେ । ଅଧିକ ସମ୍ଭାବନା ରହିଛି ଗାନ୍ଧୀ ପରିବାର ବ୍ୟକ୍ତିରେକେ ଜଣେ କେହି ଏହି ଦାୟିତ୍ୱ ନେବ । ଏହା କହିଛନ୍ତି ସନ୍ଥ ବେତ୍ରା ।
ସନ୍ଥ ବେତ୍ରାଙ୍କ ସଦ୍ୟତମ ଭବିଷ୍ୟବାଣୀ ଅନୁସାରେ ବର୍ତ୍ତମାନ କଂଗ୍ରେସର ଭବିଷ୍ୟତ ସୋନିଆଙ୍କ ହାତରେ । ସେ କିଛି ମାତ୍ରାରେ ଦଳକୁ ସଙ୍ଗଠିତ କରିବାରେ ସଫଳ ହେବେ । ମାତ୍ର ଫେବୃଆରୀ ସୁଦ୍ଧା ୫ଟି ରାଜ୍ୟ ତଥା- ମହାରାଷ୍ଟ୍ର, ହରିୟାଣା, ଝାଡ଼ଖନ୍ଦ, ଦିଲ୍ଲୀ ଓ ଜମ୍ମୁ-କାଶ୍ମୀରରେ ଯେଉଁ ନିର୍ବାଚନ ହେବ ସେହି ନିର୍ବାଚନରେ ସୋନିଆ ଭାଜପାର ରାଷ୍ଟ୍ରବାଦ ନୀତି ଆଗରେ ଚିତ୍‌ ହୋଇଯିବେ । ଆଉ ଏହା ପରେ ସେ ଇସ୍ତଫା ଦେବାକୁ ବାଧ୍ୟ ହେବେ । ସେତେବେଳେ ଦଳ ଭିତରେ ପୁଣି ଥରେ ଆଭ୍ୟନ୍ତରୀଣ କନ୍ଦଳ ଜୋର ଧରିବ, ଅନେକ ନେତା ଦଳ ଛାଡିବେ । ତେବେ ସୋନିଆ ନିଜ ଅଭିଜ୍ଞତା କାରଣରୁ ଦଳକୁ କିଛି ମାତ୍ରାରେ ସଙ୍ଗଠିତ କରିବାରେ ବର୍ତ୍ତମାନ ସଫଳ ରହିବେ ଏବଂ ଆଜି କଂଗ୍ରେସ ଭିତରେ ଯେଉଁ ଫାଟ ସୃଷ୍ଟି ହୋଇଛି ସେ ଫାଟକୁ ରୋକିବାରେ ସଫଳ ମଧ୍ୟ ହେବେ ।
ସନ୍ଥ ବାତ୍ରା କହିଛନ୍ତି ଯେ, ଗତ ଲୋକସଭା ନିର୍ବାଚନରେ ମାତ୍ର ୪ ମାସର ରାଷ୍ଟ୍ରବାଦ ଲହର ଭାଜପାକୁ ୩୦୦ ଉପରେ ଏବଂ ଏନ୍‌ଡିଏକୁ ୩୫୦ ଉପରେ ପହଞ୍ଚାଇଲା । ଗତ କିଛି ଦିନ ଧରି ମୋଦୀ ସରକାର ଯେଉଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ତାକୁ ଦେଶବାସୀ ସ୍ୱାଗତ କରୁଛନ୍ତି । ଧାରା-୩୭୦ ଉଚ୍ଛେଦ, ତିିନି ତଲାକ୍‌ ବିଲ୍‌ ପାରିତ କରିବା ମୋଦୀ ସରକାରଙ୍କର ବଡ଼ ସଫଳତା । ଆଉ ଆଗାମୀ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ ଏହାର ପ୍ରଭାବ ପଡିବ । ସୋନିଆଙ୍କ ଆଗମନ କାରଣରୁ ମହାରାଷ୍ଟ୍ରରେ ରାକପା ସହ କଂଗ୍ରେସର ଗଠବନ୍ଧନ ସମ୍ଭବ ହେବ । ମାତ୍ର ଏହି ଗଠବନ୍ଧନର ଅବସ୍ଥା ଉତ୍ତରପ୍ରଦେଶରେ ସପା ଓ ବସପା ମଧ୍ୟରେ ଯେଭଳି ହେଲା ତାହା ହିଁ ହେବ । ମହାରାଷ୍ଟ୍ର ନିର୍ବାଚନରେ ଭାଜପାକୁ ୧୫୦ (୧୦ ବଢିପାରେ, କମିପାରେ), ଶିବସେନାକୁ ୭୦ ରୁ ୭୫ ମିଳିବାକୁ ଯାଉଥିଲା ବେଳେ ରାକପା ଓ କଂଗ୍ରେସ ମେଣ୍ଟ ଅତି ବେଶିରେ ୬୦ ରୁ ୬୬ ଆସନ ପାଇପାରନ୍ତି । ଦିଲ୍ଲୀରେ ଏବଂ ଜମ୍ମୁ-କାଶ୍ମୀରରେ ଭାଜପା ପୂର୍ଣ୍ଣ ବହୁମତ ହାସଲ କରିବାକୁ ଯାଉଥିଲା ବେଳେ ଝାଡ଼ଖନ୍ଦ ଏବଂ ହରିୟାଣାରେ ମଧ୍ୟ ଭାଜପା କ୍ଷମତାକୁ ଆସିବ ।
ସନ୍ଥ ବାତ୍ରାଙ୍କ ଅନୁସାରେ ଏହିସବୁ ନିର୍ବାଚନ ଫେବୃଆରୀ ମାସ ସୁଦ୍ଧା ସରିବ । ନିର୍ବାଚନ ଫଳାଫଳ ସୋନିଆଙ୍କୁ ଏତେ ଝଟକା ଦେବ ଯେ, ସେତେବେଳେ ସେ ଅନ୍ତରୀଣ ଅଧ୍ୟକ୍ଷ ପଦରୁ ନିଜକୁ ଓହରାଇବାକୁ ବାଧ୍ୟ ହେବେ । ଏହି ସମୟରେ ଯୁବ ଓ ବରିଷ୍ଠଙ୍କୁ ନେଇ ପୁଣି ଥରେ ବିବାଦ ସୃଷ୍ଟି ହେବ । ଆର୍‌ କିମ୍ବା ଏ ନାମଧାରୀ ଜଣେ କେହି ବ୍ୟକ୍ତି କଂଗ୍ରେସର ଅଧ୍ୟକ୍ଷ ହେବେ । ସେ ରାହୁଲ ହୋଇପାରନ୍ତି କିମ୍ବା ଜଣେ ମୁସଲିମ ନେତା ମଧ୍ୟ ହୋଇପାରନ୍ତି । ତେଣୁ ମୋ ମତରେ ସୋନିଆଙ୍କ ଆଗମନ ଆଗାମୀ ଦିନରେ ଦଳକୁ ସେପରି କିଛି ବଡ଼ ନିର୍ବାଚନୀ ସଫଳତା ଦେବ ବୋଲି ଆଶା କରାଯାଉନାହିଁ । ତେବେ ସେ ଭାଙ୍ଗିପଡୁଥିବା ଦଳକୁ କିଛି ମାତ୍ରାରେ ସାହାରା ଦେଇପାରିବେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*