ସିକିମ: ବିରୋଧୀ ଦଳର ବିଲୟ,ଗୋଟିଏ ଝଟକାରେ ୦ ରୁ ୧୦ ହେଲା ଭାଜପା

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ଗ୍ୟାଙ୍ଗଟକ

ସିକିମର ପ୍ରମୁଖ ଦଳ ସିକିମ ଡେମୋକ୍ରାଟିଭ୍‌ ଫ୍ରଣ୍ଟ (ଏସଡିଏଫ୍‌)ର ୧୦ ବିଧାୟକ ମଙ୍ଗଳବାର ନୂଆଦିଲ୍ଲୀରେ ଭାଜପାରେ ସାମିଲ ହୋଇଛନ୍ତି । ପୂର୍ବ ମୁଖ୍ୟମନ୍ତ୍ରୀ ପବନ କୁମାର ଚାମଲିଙ୍ଗଙ୍କ ସମେତ ୫ ବିଧାୟକଙ୍କୁ ଛାଡି ବାକି ସମସ୍ତ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି । ଏହା ଦ୍ୱାରା ସିକିମରେ ବର୍ତ୍ତମାନ ସୁଦ୍ଧା ଖାତା ଖୋଲିନଥିବା ଭାଜପାର ବିଧାୟକ ସଂଖ୍ୟା ୦ ରୁ ୧୦ ହୋଇଛି ।
ଏସଡିଏଫ୍‌ ୨୫ ବର୍ଷ ଧରି ସିକିମରେ ଶାସନ କ୍ଷମତାରେ ଥିଲା । ଭାଜପାର କାର୍ଯ୍ୟକାରୀ ଅଧ୍ୟକ୍ଷ ଜେପି ନ‡ା ଏବଂ ମହାସଚିବ ରାମମାଧବଙ୍କ ଉପସ୍ଥିତିରେ ଏହି ୧୦ଜଣ ବିଧାୟକ ଭାଜପାରେ ସାମିଲ ହୋଇଛନ୍ତି । ପୂର୍ବରୁ ଏସଡିଏଫର ୧୫ ବିଧାୟକ ଥିଲେ ।
୧୯୯୩ରେ ପବନ ଚାମଲିନ ଏସଡିଏଫର ଗଠନ କରିଥିଲେ । ଏହାପରେ ହୋଇଥିବା ୫ଟି ବିଧାନସଭା ନିର୍ବାଚନ ୧୯୯୪, ୧୯୯୯, ୨୦୦୪,୨୦୦୯ ଏବଂ ୨୦୧୪ରେ ଦଳ ପୁନଃ ବହୁମତ ସହ ସରକାର ଗଠନ କରିଥିଲା । ତେବେ ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନରେ ଏସଡିଏଫ୍‌କୁ ମିଳିଥିଲା ମାତ୍ର ୧୫ଟି ଆସନ । ଏସଡିଏଫ୍‌ରୁ ବାହାରି ୨୦୧୩ରେ ପ୍ରେମ କୁମାର ତମାଙ୍ଗ, ଗଠନ କରିଥିଲେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା । ଚଳିତବର୍ଷ ନିର୍ବାଚନରେ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚାକୁ ୩୨ଟିି ଆସନ ବିଶିଷ୍ଟ ବିଧାନସଭାରେ ୧୭ଟି ଆସନ ମିଳିବାରୁ ପ୍ରେମ କୁମାରଙ୍କ ନେତୃତ୍ୱରେ ନୂଆ ସରକାର ଗଠନ ହୋଇଛି । ସେହିପରି ଏକମାତ୍ର ଲୋକସଭା ଆସନ ମଧ୍ୟ ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା ହାତରେ ରହିଛି ।
ସୂଚନାଯୋଗ୍ୟ ଯେ, ୨୦୧୬ରେ ଆସାମରେ ପ୍ରଥମ ଥର ପାଇଁ ସରକାର ଗଠନ କରିବା ପରେ ଭାଜପା ନେତୃତ୍ୱରେ ଏନ୍‌ଡିଏ ପକ୍ଷରୁ ନର୍ଥ ଇଷ୍ଟ ଡେମୋକ୍ରାଟିଭ ଆଲାଏନ୍ସ ଗଠନ କରାଯାଇଥିଲା । ସିକିମ ସହିତ ଅରୁଣାଚଳ ପ୍ରଦେଶ, ନାଗଲାନ୍ଦ,ମଣିପୁର, ଆସାମର ମୁଖ୍ୟମନ୍ତ୍ରୀ ଏହି ଗଠବନ୍ଧନରେ ସାମିଲ ରହିଥିଲେ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*