ଶଶି ଥରୁରଙ୍କ ନାମରେ ଗିରଫଦାରୀ ୱାରେଣ୍ଟ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : କୋଲକାତା

କୋଲକାତାର ଏକ ମାଜିଷ୍ଟ୍ରେଟ୍‌ ମୋଟ୍ରୋପଲିଟାନ କୋର୍ଟ କଂଗ୍ରେସର ବରିଷ୍ଠ ନେତା ତଥା ତିରୁଅନନ୍ତପୁରମର ସାଂସଦ ଶଶି ଥରୁରଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରିଛି । ଏହି ୱାରେଣ୍ଟ ତାଙ୍କ ବିରୋଧରେ ଓକିଲ ସୁମିତ ଚୌଧୁରୀଙ୍କ ଦ୍ୱାରା ଦାୟର ହୋଇଥିବା ମାମଲା ସମ୍ବନ୍ଧରେ ଜାରି କରାଯାଇଛି । ଚୌଧୁରୀ ଥରୁରଙ୍କ ନାମରେ ହିନ୍ଦୁ ପାକିସ୍ତାନ ବୟାନକୁ ନେଇ ମାମଲା ଦାୟର କରିଥିଲେ ।
କଂଗ୍ରେସର ଏହି ବରିଷ୍ଠ ନେତା ଜୁଲାଇ ୧୧, ୨୦୧୮ରେ କହିଥିଲେ ଯେ, ଯଦି ୨୦୧୯ ଲୋକସଭା ନିର୍ବାଚନରେ ଭାଜପା ବିଜୟୀ ହୁଏ ତେବେ ଭାରତରେ ‘ହିନ୍ଦୁ ପାକିସ୍ତାନ’ ବନାଇବା ଭଳି ପରିସ୍ଥିତି ସୃଷ୍ଟି ହେବ । ସେ ଆହୁରି କହିଥିଲେ ଯେ, ଭାଜପା ଏକ ନୂଆ ସମ୍ବିଧାନ ଲେଖିବ ଯାହା ଭାରତକୁ ପାକିସ୍ତାନ ଭଳି ରାଷ୍ଟ୍ରରେ ବଦଳାଇବାର ରାସ୍ତା ସଫା ହେବ । ସେଠାରେ ଅଳ୍ପ ସଂଖ୍ୟକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରାଯିବ ଏବଂ ସୋମନଙ୍କୁ କୌଣସି ସମ୍ମାନ ମିଳିବ ନାହିଁ । ସେହି ସମୟରେ ଥରୁରଙ୍କ ବିବାଦୀୟ ବୟାନକୁ ନେଇ ଭାଜପା କଡ଼ା ସମାଲୋଚନା କରିଥିଲା ବେଳ ଏହି ମନ୍ତବ୍ୟ ପାଇଁ ରାହୁଲ କ୍ଷମା ମାଗିବା ଦରକାର ବୋଲି ଦାବି କରିଥିଲା । ଦଳ ପକ୍ଷରୁ କୁହାଯାଇଥିଲା ଯେ, ପାକିସ୍ତାନ ଗଠନ ପାଇଁ କଂଗ୍ରେସ ଦାୟୀ । ଦଳ ପୁଣି ଥରେ ଦେଶକୁ ବଦନାମ କରିବାର କାମ କରୁଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*