ଲଦାଖ ନିକଟରେ ଲଢୁଆ ବିମାନ ମୁତୟନ କରୁଛି ପାକିସ୍ତାନ

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ର ଉଚ୍ଛେଦ ପରେ ଅତ୍ୟନ୍ତ ବିଚଳିତ ହୋଇପଡି ପାଗଳଙ୍କ ଭଳି ଆଚରଣ କରୁଛି ପାକିସ୍ତାନ । ଭାରତ ସହ ସମସ୍ତ ସଂପର୍କ ଛିନ୍ନ କରିବାକୁ ଏହା ଗୋଟିଏ ପରେ ଗୋଟିଏ ନକରାତ୍ମକ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି । ସମଝୌତା, ଥର ଏକ୍ସପ୍ରେସ ସେବା ଏବଂ ଦୋସ୍ତି ବସ୍‌ ସେବା ବନ୍ଦ କରିବା ପରେ ପାକିସ୍ତାନ ଏବେ ନିୟନ୍ତ୍ରଣ ରେଖା ନିକଟରେ ଏହାର ଲଢୁଆ ବିମାନଗୁଡିକୁ ମୁତୟନ କରିଥିବା ପରିଲକ୍ଷିତ ହୋଇଛି । ଫଳରେ ଧାରା -୩୭୦କୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ପରିସ୍ଥିତି ଦେଖାଦେଇଛି । କେନ୍ଦ୍ରଶାସିତ ଅଞ୍ଚଳ ଲଦାଖ ନିକଟରେ ଅବସ୍ଥିତ ସ୍କର୍ଦୁ ଏୟାରବେସ୍‌କୁ ପାକିସ୍ତାନ ଏହାର ୩ ସି-୧୩୦ ପରିବହନକାରୀ ବିମାନ ସହାୟତାରେ ତୋପକମାଣ ତଥା ଯୁଦ୍ଧରେ ବ୍ୟବହୃତ ସାମଗ୍ରୀ ଆଣି ରଖିଥିବା ଜଣାପଡିଛି । ଏପରିକି ପାକିସ୍ତାନ ଉକ୍ତ ଏୟାରବେସ୍‌ରେ ଜେଏଫ-୧୭ ଲଢୁଆ ବିମାନ ଖୁବଶୀଘ୍ର ମୁତୟନ କରିବ ବୋଲି ଜଣାପଡିଛି । ପୂର୍ବରୁ ଏୟାରବେସ୍‌କୁ ଅଣାଯାଇଥିବା ଉକ୍ତ ଯୁଦ୍ଧ ସାମଗ୍ରୀଗୁଡିକ ଜେଏଫ୍‌-୧୭ ଲଢୁଆ ବିମାନରେ ବ୍ୟବହାର କରାଯିବ ବୋଲି ସୂଚନା ରହିଛି । ତଥାପି ଭାରତୀୟ ଗୁଇନ୍ଦା ସଂସ୍ଥା, ବାୟୁସେନା ଏବଂ ସେନା ପାକିସ୍ତାନୀ ବାୟୁସେନାର କାର୍ଯ୍ୟବିଧି ଉପରେ ନଜର ରଖିଛନ୍ତି ।
ସୂଚନା ଅନୁସାରେ ଯୁଦ୍ଧ ସାମଗ୍ରୀ ପରିବହନ ସକାଶେ ପାକିସ୍ତାନ ସି-୧୩୦ ପରିବହନକାରୀ ବିମାନକୁ ବ୍ୟବହାର କରିଥିଲା । ପାକିସ୍ତାନ ବାୟୁସେନା ସ୍କୃର୍ଦୁ ଏୟାରବେସ୍‌ରେ ସେନାର ଏକ ସମରାଭ୍ୟାସ କରିବା ସହ କିଛି ଲଢୁଆ ବିମାନକୁ ଫରୱାଡ ବେସ୍‌କୁ ସ୍ଥାନାନ୍ତର କରିବ ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*